ETV Bharat / sitara

ଆଜି ରିଲିଜ ହେବ 'ଥଲାଇଭି', ଦର୍ଶକ ଦେଖିବେ ଜୟଲଳିତାଙ୍କ ଜୀବନୀ - ଆଜି ରିଲିଜ ହେବ 'ଥଲାଇଭି'

ଆଜି ପରଦାକୁ ଆସିବ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ 'ଥଲାଇଭି' । ଅଧିକ ପଢନ୍ତୁ...

ଆଜି ରିଲିଜ ହେବ 'ଥଲାଇଭି', ଦର୍ଶକ ଦେଖିବେ ଜୟଲଳିତାଙ୍କ ଜୀବନୀ

author img

By

Published : Sep 10, 2021, 9:04 AM IST

ମୁମ୍ବାଇ: ଅପେକ୍ଷାର ହେଲା ଅନ୍ତ । ଆଜି ପରଦାକୁ ଆସିବ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ 'ଥଲାଇଭି' । ଥଲାଇଭି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ । କଙ୍ଗନା ରାଣାୱତ ଓ ଅରବିନ୍ଦ ସ୍ବାମୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।

ଏହି ଫିଲ୍ମ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ । ଫଲ୍ମ ରିଲିଜ ନେଇ ପୂର୍ବରୁ ଘୋଷଣା କରିଥିଲା ଜୀ ଷ୍ଟୁଡିଓ । ରାଣୀ ଭଳି ବ୍ୟକ୍ତିତ୍ବର ଅଧିକାରୀ ଜୟଲଳିତାଙ୍କ ଜୀବନର ପ୍ରତିଟି ବିଷୟରେ ସୂଚନା ଦେବ ଏହି ଫିଲ୍ମ ଥଲାଇଭି । ସିନେ ଷ୍ଟାର ହେବା ଠୁ ନେଇ ସବୁଠାରୁ ପ୍ରଭାବଶାଳୀ ସିଏମ ହେବାର ଯାତ୍ରା ଦେଖିବାକୁ ପାଇବେ ଦର୍ଶକ ।

ଏହି ପିଲ୍ମରେ ଅଭିନୟ କରିବା ପରେ ରାଜନେତାଙ୍କ ଉପରେ ଥିବା ସମସ୍ତ ଧାରଣାରେ ବଦଳିଥିବା କହିଛନ୍ତି କଙ୍ଗନା । ଗଣମାଧ୍ୟମକୁ ସୂଚନା ଦେଇ କଙ୍ଗନା କହିଛନ୍ତି ଏହି ଫିଲ୍ମ କରିବା ପୂର୍ବରୁ ସେ ଭାବୁଥିଲେ ରାଜନେତା ହେବା ବହୁତ ସହଜ ମାତ୍ର ବର୍ତ୍ତମାନ ସେ ଭାବୁଛନ୍ତି ତାହା ଏତେ ସହଜ ନୁହେଁ । ସେ ଆହୁରି କହିଛନ୍ତି ମୁଁ ଭାବୁଥିଲି ରାଜନେତାମାନେ ବହୁତ ଭାଗ୍ୟଶାଳି ଲୋକ ହେଲେ ଏହି ଫିଲ୍ମ କରି ମୁଁ ଅନୁଭବ କରୁଛି ରାଜନୀତି ଆଦୌ ସହଜ ନୁହେଁ । ଜୟଲଳିତାଙ୍କ ବିଷୟରେ କଙ୍ଗନା କହିଛନ୍ତି ସେ ବହୁତ ଚତୁର ଓ ବୁଦ୍ଧିମାନ ଥିଲେ । ସେ ତାଙ୍କ ରାଜ୍ୟର ଦାୟିତ୍ବ ନେye mu ତାଙ୍କ ଅଧୀନରେ ୧୦୦ରୁ ଅଧିକ ଉଚ୍ଚପଦାଧିକାରୀଙ୍କୁ ନିୟନ୍ତ୍ରଣ କରିଥିଲେ ।

ଏହି ବହୁଭାଷୀ ଚଳଚ୍ଚିତ୍ର ପୂର୍ବରୁ ଏପ୍ରିଲ ମାସରେ ରିଲିଜ ହେବାର ଥିଲା ମାତ୍ର କୋରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହି ଚଳଚ୍ଚିତ୍ରଟି ତିନୋଟି ଭାଷା ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ । ଚଳଚ୍ଚିତ୍ରଟି ଏକାଧିକ ଭାଷାରେ ନିର୍ମିତ ହୋଇଥିବାରୁ ଏହାକୁ ଗୋଟିଏ ଦିନରେ ସମସ୍ତ ଭାଷାରେ ରିଲିଜ୍ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଫିଲ୍ମରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରୁଥିବାବେଳେ ଅରବିନ୍ଦ ସ୍ବାମୀ ମୁଖ୍ୟମନ୍ତ୍ରୀ ଏମ ଜି ରାମଚନ୍ଦ୍ରନଙ୍କ ଭୂମିକାରେ ନଜର ଆସିବେ । କଙ୍ଗନା ରାଣାୱତଙ୍କ 34 ତମ ଜନ୍ମଦିନ ପାଳନ କରି ଫିଲ୍ମର ଟ୍ରେଲର ଚଳିତ ବର୍ଷ ମାର୍ଚ୍ଚ ୨୩ରେ ରିଲିଜ ହୋଇଥିଲା । ଚଳଚ୍ଚିତ୍ରର 2 ମିନିଟ ଏବଂ 59 ସେକେଣ୍ଡର ଲମ୍ବା ଟ୍ରେଲରରେ ସ୍ବର୍ଗତ ଅଭିନେତା ତଥା ରାଜନେତା ଜୟଲଳିତାଙ୍କ ଜୀବନ ସହିତ ସିନେମା ଜଗତରୁ ରାଜନୀତି ଜଗତକୁ ଯିବାର ଝଲକ ରହିଥିଲା ।

ଫିଲ୍ମରେ କଙ୍ଗନା ଓ ଅରବିନ୍ଦ ସ୍ବାମୀଙ୍କ ବ୍ୟତୀତ ପ୍ରକାଶ ରାଜ, ମଧୁ ଓ ଭାଗ୍ୟଶ୍ରୀ ଭଳି କଳାକାର ନଜର ଆସିବେ । ନିକଟରେ ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ 'ୟୁ' ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଫିଲ୍ମଟିକୁ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.