ETV Bharat / sitara

ଉର୍ମିଲାଙ୍କ ନୂଆ ଅଫିସ୍ କିଣାରେ କଙ୍ଗନାଙ୍କୁ ଲାଗିଲା ଝଟକା

author img

By

Published : Jan 4, 2021, 1:43 PM IST

କଙ୍ଗନା ରଣାୱତ କେବେ ଚୁପ ବସିବା ଝିଅ ନୁହେଁ । ସେ କାହାକୁ କିଛି ନକହିଲେ ହୁଏତଃ ତାଙ୍କ ଦିନ କଟେ ନାହିଁ । ଏବେ ପୁଣିଥରେ ଉର୍ମିଲାଙ୍କ ଉଡାଇଲେ ମଜାକ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ କାହାକୁ ଟାର୍ଗେଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସେ ସମସ୍ତଙ୍କ ସମାଲୋଚନା କରୁଥିବାର ନଜର ଆସନ୍ତି । ଗତ ବର୍ଷ ତାଙ୍କର ବାକ୍ ଯୁଦ୍ଧ ଅଭିନେତ୍ରୀ ତଥା ନିକଟରେ ଶିବସେନାରେ ସାମିଲ ହୋଇଥିବା ଉର୍ମିଲା ମାତୋଣ୍ଡକରଙ୍କ ସହ ହୋଇଥିଲା । ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ପୁଣିଥରେ ସେ ଉର୍ମିଲାଙ୍କୁ ଟାର୍ଗେଟ କରିଛନ୍ତି ।

  • Dear @UrmilaMatondkar ji maine jo khud ki mehnat se ghar banaye woh bhi Congress tod rahi hai, sach mein BJP ko khush karke mere haath sirf 25-30 cases he lage hain, kash main bhi aapki tarah samajhdar hoti toh Congress ko khush karti, kitni bevakoof hoon main, nahin? pic.twitter.com/AScsUSLTAA

    — Kangana Ranaut (@KanganaTeam) January 3, 2021 " class="align-text-top noRightClick twitterSection" data=" ">

ତେବେ କଥାଟି ହେଲା ଯେ ନିକଟରେ କଂଗ୍ରେସ ଛାଡି ଶିବସେନାରେ ସାମିଲ ହୋଇଥିବା ଉର୍ମିଲା ନିଜ ପାଇଁ ଏକ ନୂଆ ଅଫିସ କିଣିଛନ୍ତି । ସେ 3 କୋଟି ଟଙ୍କାର ଅଫିସ ପାଇଁ ରୁମ କିଣି ଚର୍ଚ୍ଚାରେ । ଯାହାକୁ ଆଧାର କରି ତାଙ୍କୁ କଡା କଥା ଶୁଣାଇଛନ୍ତି କଙ୍ଗନା ।

ଏହି କଥାରେ ମଜାକ ଉଡାଇ କଙ୍ଗନା କହିଛନ୍ତି ଯେ ସେ ବିଜେପି ସାଥ ଦେବାରେ ତାଙ୍କୁ କୌଣସି ଫାଇଦା ମିଳିଲା ନାହିଁ ହେଲେ ଉର୍ମିଲାଙ୍କୁ କଂଗ୍ରେସର ସହଯୋଗ ମିଳିପାରିଛି । ଏହା ବିଷୟରେ ସେ ଆଲୋଚନା କରି ଟ୍ବିଟରେ ଲେଖିଛନ୍ତି, ‘ଉର୍ମିଲା ମୁଁ ନିଜ ପରିଶ୍ରମରେ ଘର ତିଆରି କରିଥିଲି । କଂଗ୍ରେସ ଯାହାକୁ ଭାଙ୍ଗିବାରେ ଲାଗିଛି । ବିଜେପିକୁ ଖୁସି କରି ମୋ ହାତରେ କେବଳ 25-30ରୁ କେସ ଲାଗିଛି । କାସ୍ ମୁଁ ବି ତୁମ ଭଳି ବୁଦ୍ଧିଆ ଝିଅ ହୋଇଥାଆନ୍ତି ଆଉ କଂଗ୍ରେସକୁ ଖୁସି କରିପାରିଥାଆନ୍ତି । ମୁଁ ତ ସତରେ ମୁର୍ଖ ବାହାରିଲି ।’

ସେପଟେ କଙ୍ଗନାଙ୍କ ଏପରି ବୟାନବାଜି ଉପରେ ଏଯାବତ ଉର୍ମିଲା କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ତେବେ ନିକଟରେ ଉର୍ମିଲାଙ୍କୁ ସଫ୍ଟ ପର୍ଣ୍ଣ ଷ୍ଟାର କରି ସମାଲୋଚନା କରିଥିଲେ କଙ୍ଗନା । ଅନ୍ୟପଟେ ଉର୍ମିଲା ମଧ୍ୟ କଡା କଥା ଶୁଣାଇଥିଲେ । ଯାହା ପରଠୁ ଆରମ୍ଭ ହୋଇଥିଲା ଏହି ଦୁଇ ଅଭିନେତ୍ରୀଙ୍କ ବାକ୍ ଯୁଦ୍ଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.