ହାଇଦ୍ରାବାଦ୍: 2022 ମସିହାରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସ୍ଥାନୀୟ ଭାଷା ସହିତ ହିନ୍ଦୀରେ ରିଲିଜ୍ ହେଉଛି । ଯାହାର ଛାପ ବଲିଉଡରେ ବି ଦେଖିବାକୁ ମିଳିଛି । ଦକ୍ଷିଣ ଭାରତୀୟ ଭାଷାରେ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ରିଲିଜ୍ ହେଉଛି ଅର୍ଥାତ୍ ପାନ୍ ଇଣ୍ଡିଆ ଚଳଚ୍ଚିତ୍ରର ପ୍ରଥା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କ୍ରମରେ କଙ୍ଗନା ରଣାୱତଙ୍କ ଚଳଚ୍ଚିତ୍ର 'ଧାକଡ' ଚାରୋଟି ଭାଷାରେ ପ୍ରେକ୍ଷାଳୟରେ ରିଲିଜ ହେବ । କଙ୍ଗନା ଫିଲ୍ମର ରିଲିଜ୍ ତାରିଖ ସହିତ ଯୋଜନା ସମ୍ପର୍କରେ ଖୁଲାସା କରିଛନ୍ତି।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ସେୟାର କରିଥିବା ସୂଚନା ଅନୁଯାୟୀ, ଧାକଡ ମେ 27 ରେ ହିନ୍ଦୀ ଭାଷା ସହିତ ତାମିଲ, ତେଲୁଗୁ ଏବଂ ମାଲାୟଲମରେ ମୁକ୍ତିଲାଭ କରିବ। ତେବେ ଏହା ପୂର୍ବରୁ କଙ୍ଗନାଙ୍କ ଅଭିନୀତ ଥଲାଇଭି ହିନ୍ଦୀ ସହିତ ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିଲା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ଅଭିନେତ୍ରୀ ଜୟଲଳିତାଙ୍କ ଏହି ବାୟୋପିକ୍ ମୁଖ୍ୟତଃ ତାମିଲରେ ନିର୍ମିତ ହୋଇଥିଲା ।
ଏହା ବି ପଢନ୍ତୁ: ଅଡୁଆରେ ଫସିଲା କଙ୍ଗନା ରଣାଓ୍ବତଙ୍କ ସୋ Lock Upp, ରୋକ୍ ଲଗାଇଲେ କୋର୍ଟ
ଧାକଡ ହେଉଛି ଏକ ସ୍ପାଇ-ଆକ୍ସନ୍ ଫିଲ୍ମ, ଯେଉଁଥିରେ କଙ୍ଗନାଙ୍କୁ ଏକ ସ୍ପାଇ ଏଜେଣ୍ଟ ଅଗ୍ନି ଭାବରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ରାଜୀ ଘାଇ। ଫିଲ୍ମରେ କଙ୍ଗନା ଜବରଦସ୍ତ ଆକ୍ସନ୍-ଷ୍ଟଣ୍ଟ୍ କରୁଥିବା ଦେଖିବାକୁ ମିଳିବ । ଚଳଚ୍ଚିତ୍ରଟି ପୂର୍ବରୁ ଏପ୍ରିଲ 8 ରେ ରିଲିଜ ହେବାର ଥିଲା, କିନ୍ତୁ ଡିସେମ୍ବର ଏବଂ ଜାନୁଆରୀରେ କୋରୋନା ମହାମାରୀ ହେତୁ ଅନେକ ଚଳଚ୍ଚିତ୍ରର ରିଲିଜ ତାରିଖ ସ୍ଥଗିତ ରଖାଯାଇଥିଲା । ଯେଉଁଥିପାଇଁ ଧାକଡର ରିଲିଜ୍ ତାରିଖ ମଧ୍ୟ ବଦଳାଇବାକୁ ପଡିଲା । 2022 ରେ ଏହା କଙ୍ଗନାଙ୍କ ପ୍ରଥମ ରିଲିଜ୍ ଫିଲ୍ମ ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ