ETV Bharat / sitara

‘ମୁମ୍ବାଇ ପୋଲିସ ଗୁଣ୍ଡାରାଜ ଚଳାଇଛି: କଙ୍ଗନା

ପୁଣି ଚର୍ଚ୍ଚାରେ କଙ୍ଗନା ରଣାୱତ । ତାଙ୍କ ସୋସିଆଲ ମିଡିଆ ଟିମ ଏକ ପୋଷ୍ଟ କରି ପିଏମ ମୋଦିଙ୍କୁ ସୁଶାନ୍ତଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Aug 3, 2020, 5:44 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବିହାର ଏସପି ସିଟି ବିନୟ ତିୱାରୀଙ୍କୁ ମୁମ୍ବାଇରେ କ୍ବାରେଣ୍ଟାଇନ କରାଯିବା ଘଟଣା ଚର୍ଚ୍ଚାରେ । ଯାହାକୁ ନେଇ ରାଗିଲେ ବି-ଟାଉନ କୁଇନ କଙ୍ଗନା ରଣାୱତ । ଅନେକ ନେତା ଓ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତିଙ୍କ ବୟାନ ପରେ ଏବେ ସାମ୍ନାକୁ ଆସିଛି କଙ୍ଗନାଙ୍କ ବୟାନ। ତାଙ୍କ ସୋସିଆଲ ମିଡିଆ ଟିମ ଦ୍ବାରା ଏକ ପୋଷ୍ଟ କରାଯାଇ ଏହି ମାମଲାକୁ ନିନ୍ଦା କରାଯାଇଛି ।

ସେହିପରି ଟ୍ବିଟରରେ ତାଙ୍କ ଟିମ ଲେଖିଛନ୍ତି, ‘ଏ କଣ ? ଗୁଣ୍ଡାରାଜ । ଆମେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)କୁ ଜଣାଇବାକୁ ଚାହୁଁଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା କରିଥିବା ଅପରାଧୀ ଯଦି ଧରା ନପଡିଲା ତେବେ ମୁମ୍ବାଇରେ କୌଣସି ବାହାର ରାଜ୍ୟର ବ୍ୟକ୍ତି ସୁରକ୍ଷିତ ରହିବେ ନାହିଁ । ଅପରାଧି ଅଧିରୁ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଦୟା କରି ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ଆଉ ଆଗାମୀ ତଦନ୍ତ ଉପରେ ଧ୍ୟାନ ଦିଅନ୍ତୁ।’

  • What is this ? Gunda raaj? We want to tell @PMOIndia if we don’t find the culprits who killed SSR, no outsider will ever be safe in Mumbai, criminals are getting more and more empowered, please intervene and take over this case 🙏 https://t.co/bv3LetakJI

    — Team Kangana Ranaut (@KanganaTeam) August 3, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ କଙ୍ଗନା ଲଗାତାର ନିଜ ପ୍ରତିକ୍ରିୟା ଦେଇଆସୁଛନ୍ତି । ତାଙ୍କ ମୃତ୍ୟୁର ଦାୟୀ ସେ ବଲିଉଡରେ ଚାଲିଥିବା ପରିବାରବାଦ ବୋଲି କହୁଛନ୍ତି । ସେ ସିବିଆଇ ଯାଞ୍ଚ ମଧ୍ୟ କରିସାରିଲେଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.