ETV Bharat / sitara

ବିଡେନଙ୍କୁ ଗଜନୀ କହିଲେ ବଲିଉଡ ଅଭିନେତ୍ରୀ କଙ୍ଗନା

author img

By

Published : Nov 8, 2020, 5:37 PM IST

ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଏଥର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରିଛନ୍ତି ଟାର୍ଗେଟ । ଅଧିକ ପଢନ୍ତୁ...

ବିଡେନଙ୍କୁ ଗଜନୀ ସହ ତୁଳନା କଲେ କଙ୍ଗନା
ବିଡେନଙ୍କୁ ଗଜନୀ ସହ ତୁଳନା କଲେ କଙ୍ଗନା

ସିମଲା: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ ଦେଇ ବୃହତ ବିଜୟ ହାସଲ କରିଛନ୍ତି ଡେମୋକ୍ରାଟ ପାର୍ଟି ନେତା ଜୋ ବିଡେନ । ବିଶ୍ବର ଶକ୍ତିଶାଳୀ ଦେଶର ନୂଆ ରାଷ୍ଟ୍ରପତିଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବିଡେନଙ୍କ ବିଜୟକୁ ନେଇ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । ଏହାରି ମଧ୍ୟରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ।

ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଏଥର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରିଛନ୍ତି ଟାର୍ଗେଟ । ଗୋଟିଏ ପକ୍ଷେ କଙ୍ଗନା ଆମେରିକା ନିର୍ବାଚନରେ ବିଜୟ ହାସଲ କରିଥିବା ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟପକ୍ଷେ ବିଡେନଙ୍କୁ କରିଛନ୍ତି କଟାକ୍ଷ । ଏପରିକି ଆମେରିକା ରାଷ୍ଟ୍ରପତି ବିଡେନଙ୍କୁ ଗଜନୀ କହିଛନ୍ତି କଙ୍ଗନା ।

କଙ୍ଗନା ଟ୍ବିଟ କରି ଲେଖିଛନ୍ତି, ମୁଁ ଗଜନି ବିଡେନଙ୍କ ବିଷୟରେ ନିଶ୍ଚିତ ନୁହଁ, ଯାହାଙ୍କ ଡାଟା ପ୍ରତି 5 ମିନିଟରେ କ୍ରାସ୍ ହୋଇଯାଏ । ଏତେ ସଂଖ୍ୟକ ଔଷଧର ଇଞ୍ଜେକ୍ସନ ତାଙ୍କୁ ଦିଆଯାଇଥିବା ବେଳେ ସେ ଏକ ବର୍ଷରୁ ଅଧିକ ସମୟ ନିଜ ପଦରେ ରହିପାରିବେ ନାହିଁ । ଏହା ସ୍ପଷ୍ଟ ଯେ କମଲା ହାରିସ ହିଁ ଶୋ'କୁ ଆଗକୁ ନେଇଯିବେ । ଯେତେବେଳେ ଜଣେ ମହିଳା ଜାଗ୍ରତ ହୁଏ, ସେ ଅନ୍ୟ ମହିଳାମାନଙ୍କ ପାଇଁ ମଧ୍ୟ ରାସ୍ତା ତିଆରି କରେ ବୋଲି ଲେଖିଛନ୍ତି କଙ୍ଗନା ।

ବିଡେନଙ୍କୁ ଗଜନୀ ସହ ତୁଳନା କଲେ କଙ୍ଗନା
ବିଡେନଙ୍କୁ ଗଜନୀ ସହ ତୁଳନା କଲେ କଙ୍ଗନା

56 ବର୍ଷିୟ କାଲିଫର୍ନିଆ ସିନେଟର କମଲା ହାରିସ ତିନି ଜଣ ଏସୀୟ ଆମେରିକୀୟ ସିନେଟରଙ୍କ ମଧ୍ୟରୁ ଜଣେ । ସେ ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ସିନେଟର ଯିଏ ଆମେରିକାର ଉପରଷ୍ଟ୍ରପତି ହୋଇଛନ୍ତି । ହାରିସଙ୍କ ବିଜୟକୁ ନେଇ ଭାରତରେ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ହେଲେ ବିଡେନଙ୍କ ବିଜୟକୁ କିଛି ଜଣ ଏବେ ବି ଗ୍ରହଣ କରିପାରୁନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.