ETV Bharat / sitara

ତାପସୀଙ୍କୁ କଡା ପରାର୍ମଶ ଦେଲେ କଙ୍ଗନା

କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ରଙ୍ଗୋଲୀ ଓ ତାପସୀଙ୍କ ବାକଯୁଦ୍ଧରେ ଏବେ ସାମିଲ ହୋଇଛନ୍ତି କଙ୍ଗନା । ସୋସିଆଲ ମିଡିଆରେ ମଜାକ ସହିବା ପାଇଁ ତାପସୀଙ୍କୁ ଦେଲେ ପରାର୍ମଶ ।

author img

By

Published : Jul 8, 2019, 1:55 PM IST

ଡିଜାଇନ ଫଟୋ

ମୁମ୍ବାଇ: ସବୁ ଷ୍ଟାର୍ସଙ୍କୁ ଟାର୍ଗେଟ କରିସାରିଲା ପରେ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ କିଛି ଦିନ ପୂର୍ବରେ ବିନ୍ଦାସ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଟାର୍ଗେଟରେ ଆଣିଥିଲେ । ଯାହା ପରେ କଙ୍ଗନା ଓ ତାପସୀଙ୍କ ବିବାଦ ଦେଖାଦେଇଥିଲା । ଏହି ବିବାଦ କଙ୍ଗନାଙ୍କ 'ଜଜମେଣ୍ଟାଲ ହେ କ୍ୟା' ପ୍ରଶଂସାରୁ ଆରମ୍ଭ ହୋଇ ଏଯାବତ ପହଞ୍ଚିଲାଣି । ଏବେ ଲାଗୁଛି ଯେ ଏହି ଦୁଇ ଅଭିନେତ୍ରୀଙ୍କ ବାକଯୁଦ୍ଧ ଆହୁରି କିଛି ଦିନ ଚାଲିବ ।

ଏଯାବତ ରଙ୍ଗୋଲୀ ସୋସିଆଲ ମିଡିଆରେ ତାପସୀଙ୍କୁ ନେଇ ଅନେକ କଥା କହିଆସୁଥିଲେ କିନ୍ତୁ ଏବେ କଙ୍ଗନା, ତାପସୀଙ୍କୁ ପରାର୍ମଶ ଦେଇ ଚର୍ଚ୍ଚାରେ । ସେ ତାପସୀଙ୍କୁ ନକାରାତ୍ମକ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ।

ସେ ସୋସିଆଲ ମିଡିଆରେ ତାପସୀଙ୍କୁ ପରାର୍ମଶ ଦେଇ ଲେଖିଛନ୍ତି, "ସେ ଅପମାନଜନକ ଜିନିଷ କହୁଛନ୍ତି । ଯେମିତି ମୋତେ ଡବଲ ଫିଲ୍ଟରର ଆବଶ୍ୟକ ଅଛି, ମୁଁ ବଲିଉଡରେ ପରିବାରବାଦକୁ ନେଇ ସବୁବେଳେ ସ୍ବର ଉଠାଇଛି । ଯଦି ଆପଣ କୌଣସି ବ୍ୟକ୍ତିଙ୍କ ମଜାକ ଉଡାଉଛ, ତେବେ ନିଜେ ମଧ୍ୟ ସବୁ ଜିନିଷକୁ ମଜାକ ଅନ୍ଦାଜାରେ ଗ୍ରହଣ କରିବାକୁ ପ୍ରସ୍ତୁତ ରୁହ । କାହିଁକି ମୋଟା ଚମଡା ହେଉଯାଉଛି, ଯେବେ କେହି ଆପଣଙ୍କୁ ନେଇ ମଜାକ କରୁଛନ୍ତି ।

ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା କଙ୍ଗନା ଓ ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା'ର ଟ୍ରେଲର ରିଲିଜ ହୋଇଥିଲା । ଯାହାର ପ୍ରଶଂସା କରିଥିଲେ ତାପସୀ କିନ୍ତୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀଙ୍କୁ ଏହି କଥା ହଜମ ହୋଇନଥିଲା । ଯାହାପରେ ସେ ତାପସୀଙ୍କୁ ସୋସିଆଲ ମିଡିଆରେ ଆଡୁସାଡୁ କହିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.