ହାଇଦ୍ରବାଦ: ଖୁବଶୀଘ୍ର ପରଦାକୁ ଆସୁଛି କଙ୍ଗନା ଓ ରାଜକୁମାରଙ୍କ ଫିଲ୍ମ ‘ଜର୍ଜମେଣ୍ଟାଲ ହେ କ୍ୟା ’। ତେବେ ଫିଲ୍ମର ଏକ ଗୀତର ପ୍ରମୋସନ ପାଇଁ ପ୍ରେସ କନଫେରେନ୍ସ ଡକାଯାଇଥିଲା । ଏଥିରେ ସାମିଲ ହୋଇଥିବା ଜଣେ ସାମ୍ବାଦିକଙ୍କୁ ଅପମାନ କରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ ।
ସମ୍ବାଦିକଙ୍କ ନାମ ହେଉଛି ଜଷ୍ଟିନ ରାଓ । ଯେତେବେଳେ ଜଷ୍ଟିନ କଙ୍ଗନାଙ୍କୁ ଫିଲ୍ମ ବିଷୟରେ ପଚାରିବା ପାଇଁ ଠିଆ ହୋଇଥିଲେ ସେତେବେଳେ ସାମ୍ବାଦିକ ଜଣଙ୍କର ନାମ ଶୁଣିଲା ପରେ କଙ୍ଗନାଙ୍କ ରାଗ ବଢିଯାଇଥିଲା । ସେ ସାମ୍ବାଦିକଙ୍କୁ କିଛି କହିବାକୁ ଦେଇନଥିଲେ ଓ ତାଙ୍କ ଉପରେ ଅନେକ ଆରୋପ ଲଗାଇଥିଲେ ।
ପ୍ରକାଶ ଥାଉ କି, କଙ୍ଗନାଙ୍କ ଅଭିଯୋଗ ଅନୁସାରେ ‘ମଣିକର୍ଣ୍ଣିକା’ର ପ୍ରମୋସନ ସମୟରେ, ସାମ୍ବାଦିକ ଜଣକ ମଣିକର୍ଣ୍ଣିକା ଓ କଙ୍ଗନାଙ୍କ ବିଷୟରେ ଅନେକ ଖରାପ ଓ ଭୁଲ ତଥ୍ୟ ଖବରରେ ପ୍ରକାଶ କରିଥିଲେ । ଏପରିକି ମଣିକର୍ଣ୍ଣିକା ସମୟରେ କଙ୍ଗନାଙ୍କ ଭ୍ୟାନିଟି ଭ୍ୟାନରେ ସାମ୍ବାଦିକ ଜଷ୍ଟିନ ଲଞ୍ଚ କରିଥିଲେ । କିନ୍ତୁ ଜଷ୍ଟିନ ଏସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ।