ମୁମ୍ବାଇ: କଙ୍ଗନା ରଣାଓ୍ବତଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ବୁଧବାର ଦିନ ଥାଲାଇଭିର ସେଟରୁ ସେୟାର କରିଛନ୍ତି, କଙ୍ଗନା ରଣାଓ୍ବତ ତେଜସ୍ ଏବଂ ଧାକଡ ନାମକ ଦୁଇଟି ସିନେମାର ସୁଟିଂ ପୂର୍ବରୁ 20 କିଲୋଗ୍ରାମ ଓଜନ ବୃଦ୍ଧି କରିଛନ୍ତି।
ରଙ୍ଗୋଲି ଟ୍ବିଟରରେ ଲେଖିଛନ୍ତି, ‘କେବଳ ଥାଲାଇଭି ଚଳଚ୍ଚିତ୍ର ପାଇଁ କଙ୍ଗନା 20 କିଲୋଗ୍ରାମ ଓଜନ ବଢାଇଛନ୍ତି, ଏହାର 2 ମାସ ପରେ ତାଙ୍କର ତେଜସ ଏବଂ ଧାକଡ ଚଳଚ୍ଚିତ୍ର ଆରମ୍ଭ କରିବେ ସେ ସେହି ଓଜନରେ ହିଁ ଅଭିନୟ କରିବେ।’
ବାହୁବଳୀ ଏବଂ ମାଣିକର୍ଣ୍ଣିକାର ରାଇଟର କେ.ଭି ବିଜୟେନ୍ଦ୍ର ପ୍ରସାଦ ଏବଂ ରଜତ ଆରୋରାଙ୍କ ଦ୍ବାରା ଥାଲାଇଭୀ ଚଳଚ୍ଚିତ୍ର ଲେଖିଛନ୍ତି । ଏହି ଚଳଚ୍ଚିତ୍ରଟି ଜୁନ୍ 26, 2020 ରେ ଥିଏଟରକୁ ଆସିବାକୁ ଯାଉଛି ।