ହାଇଦ୍ରାବାଦ: ଗ୍ଲୋବାଲ ୱାର୍ମିଂ ବର୍ତ୍ତମାନ ବିଶ୍ବରେ ବଡ ସମସ୍ୟା । ନିକଟରେ ଦୁନିଆର ଅମ୍ଳଜାନ କହୁଥିବା ଆମାଜନ ଜଙ୍ଗଲ ନିଆଁ ଲାଗି ଶତାଧିକ ବିରଳ ବନ୍ୟଜନ୍ତୁ ମରିବା ସହ ଅନେକ ଗଛ ଜଳି ପାଉଁଶ ହୋଇଯାଇଛି । ଏପରିକି ଚେନ୍ନାଇରେ ଧିରେ ଧିରେ ଭୂତଳ ଜଳ ସରୁଥିବାର ମଧ୍ୟ ଦେଖିବାକୁ ମିଳିଲାଣି । ଆଗକୁ ଭାରତର ଅବସ୍ଥା ଆହୁରି ଶୋଚନୀୟ ହେବ ବୋଲି ଆଶଙ୍କା କରାଯାଉଛି । ଏହି ସମୟରେ ଅଭିନେତ୍ରୀ କଙ୍ଗନା ରଣୱତ ପରିବେଶ ସୁରକ୍ଷା କାମ୍ପେନରେ ସାମିଲ ହୋଇଛନ୍ତି ।
ଏହାସହ କାବେରୀ ନଦୀ ପାଇଁ ‘କାବେରୀ କଲିଂ’ ଅଭିଯାନକୁ ମଧ୍ୟ ସମର୍ଥନ ଦେଇଛନ୍ତି । ‘କାବେରୀ କଲିଂ’12 ବର୍ଷର ଏକ ଯୋଜନା । ଏଥିରେ 242କୋଟି ଗଛ ଲଗାଯାଇ ଭୂତଳ ଜଳ ସଂରକ୍ଷଣ କରାଯିବ ଓ ଏହାସହ ନଦୀ ଗୁଡିକର ଭିତ୍ତିଭୂମିକୁ ସୁଦୃଢ କରାଯିବ । ତେବେ ଏହି ଅଭିଯାନରେ ସାମିଲ କଙ୍ଗନା ନିଜ ରୋଜଗାରର କିଛି ଅଂଶ ନଦୀ ଓ ଜଙ୍ଗଲର ସୁରକ୍ଷା ପାଇଁ ପ୍ରଦାନ କରିବେ । ସେ ଏହା ମଧ୍ୟ କହିଥିଲେ ସମସ୍ତଙ୍କୁ ବର୍ଷକୁ 42 ଟଙ୍କା ଦେବା ଜରୁରୀ ।
ଦେଶର ଜନସଂଖ୍ୟା ପ୍ରାୟ 1.3ବିଲିୟନ । ଯଦି ସମସ୍ତେ ଯୋଗଦାନ ଦେବେ ତାହାଲେ ଆମେ ଆମର ପ୍ରକୃତିକୁ ସୁରକ୍ଷା ଦେଇପାରିବା ବୋଲି କହିଛନ୍ତି । ଆଗାମୀ ଭବିଷ୍ୟତ ପାଇଁ ପ୍ରାକୃତିକ ସମ୍ପଦର ସୁରକ୍ଷାର ଆବଶ୍ୟକତା ରହିଛି ବୋଲି କଙ୍ଗନା କହିଛନ୍ତି ।