ମୁମ୍ବାଇ: ଅଭିନେତା ତଥା ଫିଲ୍ମ କ୍ରିଟିକ କମାଲ ରସିଦ ଖାନ ତଥା କେଆରକେ କିଛି ଦିନରୁ ସମସ୍ୟା ଘେରରେ ରହିଆସୁଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନିରନ୍ତର ସମାଲୋଚନାର ଶିକାର ହେବାକୁ ପଡୁଛି। ନିକଟରେ ସେ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ ଉପରେ ବିବାଦୀୟ ପ୍ରତିକ୍ରିୟା ଦେଇଥିଲେ । ଯାହାପରେ ସଲମାନ ତାଙ୍କ ଉପରେ ମାନହାନୀ କେସ ଲଗାଇଥିଲେ ।
ସେପଟେ ଏହି ମାମଲାରେ ସଲମାନଙ୍କ ସମର୍ଥନ କରି କେଆରକେଙ୍କୁ କଡା ଜବାବ ଦେଇଛନ୍ତି ପପୁଲାର ଗାୟକ ମିକା ସିଂ । କଥାଟି ହେଲା ଯେ ମାନହାନୀ କେସ ପରେ କେଆରକେ, ସଲମାନଙ୍କୁ ବଲିଉଡର ଗୁଣ୍ଡା କହିଥିଲେ । ସେ ନିଜ ଟ୍ବିଟରକୁ ବ୍ୟକ୍ତିଗତ କରି ଶେଷ ଟ୍ବିଟରରେ ସଲମାନଙ୍କ ବିରୁଦ୍ଧରେ ଏହି ଆପତ୍ତିଜନକ ପ୍ରତିକ୍ରିୟା ଦେଇଥିଲେ ।
ଯାହାର ବିରୋଧ କରି ମିକା ସୋସିଆଲ ମିଡିଆରେ କେଆରକେଙ୍କୁ କଡା କଥା ଶୁଣାଇଥିଲେ । ଯାହାପରେ ମିକାଙ୍କୁ ଟାର୍ଗେଟ କରି କେଆରକେ ମଧ୍ୟ ଅନେକ କଥା କହିଛନ୍ତି । ବର୍ତ୍ତମାନ ଦୁଇଜଣଙ୍କର ବାକ୍ ଯୁଦ୍ଧ ଜାରି ଅଛି। ହେଲେ ମାନହାନି କେସ କରିସାରିବା ପରେ ସଲମାନ ଏହି ମାମଲାରେ ଏଯାବତ ଆଉ ମୁହଁ ଖୋଲିନାହାଁନ୍ତି ।