ETV Bharat / sitara

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ କମଲ ହାସନ - ଘରକୁ ଫେରିଲେ କମଲ ହାସନ

ଆଜି(ଶୁକ୍ରବାର) ଚେନ୍ନାଇର ଶ୍ରୀରାମଚନ୍ଦ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି ଅଭିନେତା କମଲ ହାସନ । ଅଧିକ ପଢନ୍ତୁ...

Kamal Haasan discharged from Chennai hospital after ankle surgery
ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଲେ କମଲ ହାସନ
author img

By

Published : Jan 22, 2021, 4:03 PM IST

ଚେନ୍ନାଇ: ଆଜି(ଶୁକ୍ରବାର) ଚେନ୍ନାଇର ଶ୍ରୀରାମଚନ୍ଦ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି ଅଭିନେତା କମଲ ହାସନ । ୨୦୧୬ ମସିହାରେ ସେ ତାଙ୍କ ଘରେ ପଡ଼ିଯିବା ପରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଫ‌ଳରେ ତାଙ୍କୁ ଏକ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା । ମାତ୍ର ଗତ ନିର୍ବାଚନ କାଳରେ ସେ ଡାକ୍ତରଙ୍କ ପରାମର୍ଶ ନ ମାନି ପ୍ରଚାରରେ ବ୍ୟସ୍ତ ରହିଥିବାରୁ ପୁଣି ଗୋଡରେ ସମସ୍ୟା ଦେଖାଦେଇଥିଲା ।

ନିକଟରେ ଅଭିନେତା-ରାଜନେତା କମଲ ହାସନ ଗୋଡରେ ଅସ୍ତ୍ରୋପଚାର କରିଥିଲେ । ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି ।

ଚେନ୍ନାଇର ଶ୍ରୀ ରାମଚନ୍ଦ୍ର ଡାକ୍ତରଖାନାରେ ହାସନ ଅସ୍ତ୍ରୋପଚାର କରିଥିଲେ । ତାଙ୍କୁ ଚାରି-ପାଞ୍ଚ ଦିନ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ତାଙ୍କ ଝିଅ ଶ୍ରୁତି ହାସନ ଏବଂ ଅକ୍ଷରା ହାସନ ଏହି ବିଷୟରେ କହିଥିଲେ ।

ଅସ୍ତ୍ରୋପଚାର ହେବା ସହ ୨ ଦିନ କାଳ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଶେଷରେ କମଲଙ୍କୁ ଆଜି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.