ETV Bharat / sitara

16 ବର୍ଷରେ ପଦାର୍ପଣ କଲେ କାଜୋଲଙ୍କ ଲାଡଲୀ - nysa devgn

ଆଜି କାଜୋଲ ଓ ଅଜୟ ଦେବଗନଙ୍କ ଝିଅ ନ୍ୟାସାର 16ତମ ଜନ୍ମଦିନ । ଜନ୍ମଦିନ ଅବସରରେ ଝିଅ ପାଇଁ ଏକ ସୋସିଆଲ ମିଡିଆରେ ଏକ ଇମୋଶନାଲ ପୋଷ୍ଟ କରିଛନ୍ତି ମା' କାଜୋଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କାଜୋଲ
author img

By

Published : Apr 20, 2019, 9:16 PM IST

ମୁମ୍ବାଇ: ଅଜୟ ଦେବଗନ ଓ କାଜୋଲଙ୍କ ଲାଡଲୀ ନ୍ୟାସା 16 ବର୍ଷରେ ପଦାର୍ପଣ କରିଛନ୍ତି । ଆଜି ତାଙ୍କ 16ତମ ଜନ୍ମଦିନ । ବର୍ତ୍ତମାନ ସେ ପାଠ ପଢୁଛନ୍ତି । କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କ ଶିକାର ହେଉଥିବାର ନଜର ଆସିଥାଆନ୍ତି । ଝିଅ ଜନ୍ମଦିନରେ କାଜୋଲ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପୋଷ୍ଟରେ କାଜୋଲ ନ୍ୟାସାଙ୍କ ପାଇଁ କିଛି ଏମିତି ଲେଖିଛନ୍ତି, ଯାହା ପଢି ଆପଣ ମଧ୍ୟ ଇମୋଶନାଲ ହେଉଯିବେ ।

କାଜୋଲ ଇନଷ୍ଟାଗ୍ରାମରେ ନ୍ୟାସାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, "16ତମ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା । ଆଜି ମଧ୍ୟ ମୁଁ ସେହି ଦିନକୁ ମନେ ରଖିଛି ଯେବେ ତୁମକୁ ପ୍ରଥମଥର ହାତରେ ଧରିଥିଲି । ଏହି ଅନୁଭବ କେବେ ବଦଳିବ ନାହିଁ । ତୁମେ ଯେତେ ବି ବଡ ହୋଇଯାଅ କିନ୍ତୁ ସବୁବେଳେ ମୋ ହୃଦୟର ସ୍ପନ୍ଦନ ହେଉ ରହିବ ।"

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ନ୍ୟାସା ନିଜ ସର୍ଟ ଡ୍ରେସକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଥିଲେ । ପିତା ଅଜୟ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଥିବାର ନଜର ଆସିଥିଲେ । ନ୍ୟାସା ଏବେ ସିଙ୍ଗାପୁରରେ ପାଠ ପଢୁଛନ୍ତି ।

19.04.2019
Radhakanta Mohanty, Kendrapada
Slug-One 2 One with Sunakar Behera, Kendrapada BJP MLA Candidate
Anchor-କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା।କେନ୍ଦ୍ରାପଡ଼ାକୁ କେନ୍ଦ୍ର ସହିତ ଯୋଡିବା ଲକ୍ଷ୍ୟ ନେଇ ନିର୍ବାଚନକୁ ଓହ୍ଲାଇଛନ୍ତି।ଗତ ନିର୍ବାଚନରେ ସାରା ଦେଶରେ ମୋଦୀ ହାୱା ବହୁଥିବା ବେଳେ ଏହି ଆସନରୁ ପ୍ରତିଦ୍ବନ୍ଦିତା କରି ପରାଜୟ ବରଣ କରିଥିଲେ ମଧ୍ୟ ସାରା ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ ରଖିଛନ୍ତି ସୁନାକର।ଡବଲ ଇଞ୍ଜିନର ସରକାର ଗଠନ କଥା କହି ମୋଦୀଜି ପୁନର୍ବାର ସରକାର ଗଢିବେ ଓ ରାଜ୍ୟରେ ବିଜେପି ମଧ୍ୟ ସରକାର ଗଢ଼ିବ ଓ କେନ୍ଦ୍ରାପଡ଼ା ଲୋକମାନଙ୍କର ମୌଳିକ ସମସ୍ୟା ଦୂର ହେବ ବୋଲି ମଧ୍ୟ କହିଛନ୍ତି ଶ୍ରୀ ବେହେରା।ନାହିଁ ନାହିଁରେ ବିକାଶ ହୋଇଛି ତେଣୁ କେନ୍ଦ୍ରାପଡ଼ା ଭୋଟର ନିଜେ ଏଜେଣ୍ଡା ତିଆରି କରିଥିବା ଏବଂ ପାନୀୟ ଜଳ ଏହି ନିର୍ବାଚନ ମଣ୍ଡଳୀର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମାନଙ୍କର ମୁଖ୍ୟ ସମସ୍ୟା ବୋଲି କହିଛନ୍ତି।ଆହୁରିମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ରହିଛି ଯେତେବେଳେ କି ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଜଣେ ମନ୍ତ୍ରୀଙ୍କ ଦାୟିତ୍ୱରେ ରହିଛି ବୋଲି ପରୋକ୍ଷରେ ମହାକଳାପଡା ଓ ମାହାଙ୍ଗା ବିଧାୟକଙ୍କୁ ଇଙ୍ଗିତ କରି କହିଛନ୍ତି।ସେହିଭଳି ଗମନାଗମନ ପାଇଁ ଭଲ ରାସ୍ତାଟିଏ ନଥିବା ଅଭିଯୋଗ କରିଛନ୍ତି ସୁନାକର।"ଫିର ଏକବାର ମୋଦୀ ସରକାର,କେନ୍ଦ୍ରାପଡ଼ାରେ ବିଜେପି ଦରକାର"ନାରା ଦେଇ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି।ସେ ଗୋଟିଏ ସାଧାରଣ ପରିବାରର ମଣିଷ ତେଣୁ ସାଧାରଣ ଲୋକମାନଙ୍କର ସମସ୍ୟାକୁ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଭାରତବର୍ଷର ସର୍ବ ପୁରାତନ ମ୍ୟୁନିସିପାଲିଟି ହୋଇଥିଲେ ମଧ୍ୟ ଏଠାକାର  ଡ୍ରେନେଜ ସମସ୍ୟା ସବୁଠାରୁ ଉତ୍କଟ ସମସ୍ୟା ଭାବରେ ଉଭା ହୋଇଛି।ସେହିପରି ଗୋବରୀ ନଦୀରେ ଆଗକାଳେ ନୌବାଣିଜ୍ୟ ହେଉଥିଲେ ମଧ୍ୟ ଏବେ ଗୋବରୀର ସ୍ଥିତି ସବୁଠାରୁ ଉଦ୍ବେଗଜନକ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ସୁନାକର।ସେହିପରି ଏହି ଆସନରେ ବିଜେପିରୁ ସେ ବିଜୟୀ ହେଲେ ଏହି ସମସ୍ୟା ଗୁଡିକର ସମାଧାନ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଥିବା କହନ୍ତି ଶ୍ରୀ ବେହେରା।ବିଜେଡିର ବିଧାୟକ ମାନେ ହାତପାଣ୍ଠିକୁ ପକେଟ ପାଣ୍ଠି ଭାବରେ ଖର୍ଚ୍ଚ କରୁଛନ୍ତି।ଉନ୍ନୟନ ମୂଳକ କାର୍ଯ୍ୟର ୪୦% ଖର୍ଚ୍ଚ କରାଯାଇ ୬୦% ପକେଟକୁ ଯାଉଥିବା ଅଭିଯୋଗ ଆଣିଛନ୍ତି ସୁନାକର।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.