ହାଇଦ୍ରାବାଦ: ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀ ଗୌତମ କିଚଲୁ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି। ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ଦୀର୍ଘ ସମୟ ଧରି ସାମ୍ନାକୁ ଆସୁଥିଲା । ଅବଶ୍ୟ, ଏହି ଦମ୍ପତି ନୂଆ ବର୍ଷରେ ଏହା ବିଷୟରେ ଖୁଲାସା କରିଥିବାବେଳେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ବର୍ତ୍ତମାନ ଦୁବାଇରେ ଥିବା ଏହି ଅଭିନେତ୍ରୀ ନିଜର କିଛି ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋରେ କାଜଲଙ୍କ ବେବି ବମ୍ପ ନଜର ଆସୁଛି।
ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ସୂର୍ଯ୍ୟ କିରଣ ମୋ ମୁହଁକୁ ଧୀରେ ଧୀରେ ସ୍ପର୍ଶ କରୁଛି । ଏହି ଫଟୋରେ ଅଭିନେତ୍ରୀଙ୍କ ପ୍ରଶଂସକଙ୍କ କ୍ରମାଗତ କମେଣ୍ଟ ଓ ଲାଇକ ଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ 6 ଲକ୍ଷ 22 ହଜାରରୁ ଅଧିକ ଲୋକ କାଜଲ ଅଗ୍ରୱାଲଙ୍କ ଏହି ଫଟୋକୁ ପସନ୍ଦ କରିସାରିଲେଣି । ଫଟୋରେ କମେଣ୍ଟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, 'ହେ ଭଗବାନ ସୁନ୍ଦରୀ।' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ବହୁତ ସୁନ୍ଦର।' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ଆପଣଙ୍କ ଗର୍ଭରେ ଶିଶୁ, ଅଭିନନ୍ଦନ।' କେବଳ ଏତିକି ନୁହେଁ, ଜଣେ ୟୁଜର କାଜଲଙ୍କ ଫଟୋରେ ଏକ ମଜାଳିଆ କମେଣ୍ଟ ଦେଇଛନ୍ତି। କାଜଲଙ୍କୁ ଆଶୀର୍ବାଦ ଦେଇ ପ୍ରଶଂସକ ଲେଖିଛନ୍ତି, ବିଜୟ ଦେବରାକୋଣ୍ଡାଙ୍କ ପରି ଏକ ସନ୍ତାନ ପାଇ ମୁଁ ଆପଣଙ୍କୁ ଆଶୀର୍ବାଦ କରୁଛି।
- " class="align-text-top noRightClick twitterSection" data="
">
ଦୀର୍ଘ ଦିନ ଧରି ଚାଲିଆସୁଥିବା ଗର୍ଭଧାରଣର ଗୁଜବକୁ ବ୍ରେକ ଦେଇ ଅଭିନେତ୍ରୀ କାଜଲ ଏବଂ ତାଙ୍କ ସ୍ବାମୀ ଗୌତମ ଏହିସବୁ ଫଟୋ ସହିତ ଖୁସି ଖବର ମଧ୍ୟ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି- ନୂଆ ଆରମ୍ଭ କରିବା ପାଇଁ ମୁଁ ନିଜ ଆଖି ଖୋଲୁଛି । ନବବର୍ଷର ଶୁଭେଚ୍ଛା। 2021 ବର୍ଷ ପାଇଁ ମୁଁ ବହୁତ କୃତଜ୍ଞ । ନୂତନ ବର୍ଷରେ ଦୟା ଏବଂ ପ୍ରେମ ସହିତ ପ୍ରବେଶ କରିବା ସହିତ ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, କାଜଲ ଗର୍ଭବତୀ ହେବା ପରଠାରୁ ଏକ ବିରତିରେ ନେଇଛନ୍ତି । ବର୍ତ୍ତମାନ ଫିଲ୍ମ ପାଇଁ ସୁଟିଂ କରୁନାହାଁନ୍ତି । ଯଦିଓ ସେ କିଛି ଚଳଚ୍ଚିତ୍ରର ସୁଟିଂ ଶେଷ କରିସାରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ତେଲୁଗୁ ଚଳଚ୍ଚିତ୍ର ଆଚାର୍ଯ୍ୟ, ତାମିଲ ଚଳଚ୍ଚିତ୍ର ହେ ସିନାମିକା ଏବଂ ହିନ୍ଦୀ ଚଳଚ୍ଚିତ୍ର ଉମାରେ ଦେଖିବାକୁ ମିଳିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ