ETV Bharat / sitara

ମନେପଡନ୍ତି କମେଡିଆନ କାଦର, ଅଭିନେତା ପୂର୍ବରୁ ଥିଲେ ଅଧ୍ୟାପକ - କମେଡିଆନ କାଦର ଖାନ

ଆଜି ଲୋକପ୍ରିୟ ଅଭିନେତା ଡାଇଲଗ ରାଇଟର, କମେଡିଆନ କାଦର ଖାନଙ୍କ ଜନ୍ମଦିନ । ୨୨ ଅକ୍ଟୋବର ୧୯୩୭ରେ ଆଫଗାନିସ୍ତାନର କାବୁଲରେ ଜନ୍ମଗ୍ରହଣ କରିଥିଲେ କାଦର । ଅଧିକ ପଢନ୍ତୁ...

ଆଜି କମେଡିଆନ କାଦର ଖାନଙ୍କ ଜନ୍ମଦିନ
ଆଜି କମେଡିଆନ କାଦର ଖାନଙ୍କ ଜନ୍ମଦିନ
author img

By

Published : Oct 22, 2021, 9:35 AM IST

ମୁମ୍ବାଇ: ଆଜି ଲୋକପ୍ରିୟ ଅଭିନେତା ଡାଇଲଗ ରାଇଟର, କମେଡିଆନ କାଦର ଖାନଙ୍କ ଜନ୍ମଦିନ । ୨୨ ଅକ୍ଟୋବର ୧୯୩୭ରେ ଆଫଗାନିସ୍ତାନର କାବୁଲରେ ଜନ୍ମ ନେଇଥିଲେ କାଦର । ତାଙ୍କର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଲୋକଙ୍କ ହୃହୟରେ ରାଜ କରିଛନ୍ତି ।

ସେ ପାଖାପାଖି ୩୦୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୨୫୦ ଫିଲ୍ମରେ ଡାଇଲଗ ଲେଖିଛନ୍ତି । କାଦର ଖାନ ତାଙ୍କ ପିତାମାତଙ୍କର ଚତୁର୍ଥ ସନ୍ତାନ । କାଦର ଖାନଙ୍କ ସବୁ ଭାଇ ଭଉଣୀଙ୍କର ମାତ୍ର ୮ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ଏହାପରେ କାବୁଲ ତାଙ୍କ ପାଇଁ ଭଲ ସ୍ଥାନ ନୁହେଁ ବୋଲି ପିତାମାତା ଅନୁଭବ କରିଥିଲେ। ତେଣୁ ସେମାନେ ଭାରତ ଆସିଥିଲେ । ମୁମ୍ବାଇର କମିତାପୁରାରେ ରହିଥିଲେ କାଦରଙ୍କ ପରିବାର। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା ।

ଏହି ସମସ୍ୟାର ସମାଧାନ ପାଇଁ ପଡୋଶୀ ପିଲାଙ୍କ ସହିତ ମିଶି ଟଙ୍କା ରୋଜଗାର କରିବାକୁ ଚାହିଁଥିଲେ । ହେଲେ ତାଙ୍କ ମାଆ ତାଙ୍କୁ ଅଟକାଇଥିଲେ । ବଡ ଲୋକ ହେବାକୁ ହେଲେ ଧ୍ୟାନ ଦେଇ ପାଠପଢିବାକୁ କହିଥିଲେ ତାଙ୍କ ମାଆ । ଆଉ ମାଆଙ୍କ କଥା ମାନିଥିଲେ କାଦର । କଠିନ ପରିଶ୍ରମ କରିଥିଲେ । ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ । ପାଠପଢା ସହିତ ସେ ନାଟକର କାହାଣୀ ଲେଖୁଥିଲେ । ପାଠପଢା ଶେଷ ହେବା ପରେ ସେହି କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ହେଲେ ସେ ନାଟକର କାହାଣୀ ଲେଖିବା ଛାଡି ନଥିଲେ ।

ଅଭିନୟ କରିବା ତାଙ୍କର ନିଶା ଥିଲା । ତାଙ୍କୁ ବଲିଉଡରେ ପ୍ରଥମ ବ୍ରେକ ଦେଇଥିଲେ ଦିଲ୍ଲୀପ କୁମାର । ଫିଲ୍ମ 'ଦାଗ' ତାଙ୍କର ଅଭିନୀତ ପ୍ରଥମ ଫିଲ୍ମ ଥିଲା। ଯେଉଁଥିରେ ଓକିଲ ଭାବରେ ଅଭିନୟ କରିଥିଲେ । ରାଜେଶ ଖାନ୍ନାଙ୍କ ଫିଲ୍ମ 'ରୋଟି'ରେ ସେ ଡାଇଲଗ ଲେଖଥିଲେ । ସେ ତାଙ୍କ କ୍ୟାରିୟରରେ ଅଭିନୟ ପାଇଁ ସବୁକିଛି କରିଥିଲେ । ତାଙ୍କ ଜୀବନରେ ଦର୍ଶକଙ୍କୁ ସୁପରହିଟ ଫିଲ୍ମ ଭେଟି ଦେଇଛନ୍ତି । ଫିଲ୍ମ ମୁକନ୍ଦର କା ସିକନ୍ଦର, ମାଷ୍ଟରଜୀ, ଘର ହୋ ତୋ ଏସା, ସୋନେ ପେ ସୁହାଗା, ମିଷ୍ଟର ନଟୱରଲାଲ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି କାଦର ।

୧୯୮୦ରେ ସେ ପ୍ରଥମ ଥର ପାଇଁ କମେଡି ଫିଲ୍ମରେ ଅଭିନୟ କରିଥିଲେ । ହିମତୱାଲା , ଆଜ କା ଦୌର ଭଳି ଫିଲ୍ମରେ ତାଙ୍କ କମେଡି ଦେଖି ଲୋକେ ହସି ହସି ବେଦମ ହେଉଥିଲେ । ତାଙ୍କ ଅଭିନୟର ଅନ୍ଦାଜ ଦର୍ଶକଙ୍କୁ ଖୁବ ପସନ୍ଦ ଥିଲା । ଉଚ୍ଚକୋଟୀର ଅଭିନୟ ପାଇଁ ସେ ତିନି ଥର ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି । ୨୦୧୮ ଡିସେମ୍ବର ୩୧ରେ କାଦର ଖାନଙ୍କ ନିଧନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.