ETV Bharat / sitara

ମନାଲିରେ ତୁଷାରପାତର ମଜା ନେଲେ କିୟାରା

ଭାଇରାଲ ହେଲା କିୟାରାଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଯାହାକୁ ସେୟାର କରି ‘ସ୍ନୋ ଗ୍ଲୋ’ କହିଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

author img

By

Published : Feb 27, 2021, 10:47 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କିୟାରା ଆଡଭାନୀ

ମୁମ୍ବାଇ: ‘କବୀର ସିଂ’ ଫେମ କିୟାରା ଆଡଭାନୀ ଏବେ ମନାଲିର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି । ଆଗାମୀ ହର ଡ୍ରାମା ଫିଲ୍ମ ‘ଭୁଲ ଭୁଲୈୟା 2’ର ସୁଟିଂ ପାଇଁ ମନାଲିକୁ ଯାତ୍ରା କରିଛନ୍ତି । ଶୁକ୍ରବାର ସେ ମନାଲିର ବରଫ ପାତରେ ନିଜର ଏକ ସୁନ୍ଦର ଭିଡିଓ ସେୟାର କରି ଖୁସି ପ୍ରକାଶ କରିଥିଲେ ।

ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ କିୟାରା ହ୍ବାଇଟ ଟପ ସହ ଏକ ଟୋପି ପିନ୍ଧିଥିବାର ନଜର ଆସୁଛନ୍ତି । ଆଉ କ୍ୟାପସନରେ ସେ ଲେଖିଛନ୍ତି, ‘ସ୍ନୋ ଗ୍ଲୋ ।’ ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ‘ଭୁଲ ଭୁଲୈୟା 2’ରେ ତାଙ୍କ ସହ ରୋମାନ୍ସ କରିବେ କାର୍ତ୍ତିକ ଆର୍ୟନ । ଗତ ବର୍ଷ ଫିଲ୍ମର ସୁଟିଂ ଲକଡାଉନ ପାଇଁ ବନ୍ଦ କରିଦେଇଥିଲେ ମେକର୍ସ । ଆଉ ଏବର୍ଷ ସୁଟିଂ ଆରମ୍ଭ କରି ଫିଲ୍ମ ରିଲିଜ କରିବାକୁ ଯୋଜନା କରାଯାଇଛି । ଫିଲ୍ମର ଶେଷ ସିଡ୍ୟୁଲ ସୁଟିଂ ମାର୍ଚ୍ଚରେ ମୁମ୍ବାଇ ଏବଂ ଲକ୍ଷ୍ନୌରେ କରିବେ ନିର୍ମାତା ।

କାର୍ତ୍ତିକ ଓ କିୟାରାଙ୍କ ବ୍ୟତୀତ ଫିଲ୍ମରେ ତବ୍ବୁ ମଧ୍ୟ ନଜର ଆସିବେ । ନଭେମ୍ବର 19ରେ ରିଲିଜ ହେବ ଫିଲ୍ମ । ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲୈୟା’ର ଏହା ସିକ୍ବେଲ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.