ମୁମ୍ବାଇ: କାବିଲ ଆକ୍ଟ୍ରେସ ୟାମୀ ଗୌତମ ଓ ମଲ୍ଟି ଟ୍ୟାଲେଣ୍ଟେଡ ସିଙ୍ଗର, ଆକ୍ଟର ଦିଲଜିତ ଦୋସାଞ୍ଝ ପ୍ରଥମଥର ଏକାଠି କାମ କରିବାକୁ ଯାଉଛନ୍ତି । ଦୁଇଜଣ ଏକ କମେଡି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର ନିର୍ମାଣ ରମେଶ ତୋରାନି କରିବେ । ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଅଜିଜ ମିର୍ଜାଙ୍କ ପୁଅ ହାରୁନ ସମ୍ଭାଳିବେ । ଜଣାଇ ଦେଉଛୁ ଯେ ହାରୁନ ନିର୍ଦ୍ଦେଶକ ରୂପେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ବର୍ତ୍ତମାନ ଫିଲ୍ମର ପ୍ଲଟକୁ ନେଇ ଅଧିକା ସୂଚନା ସାମ୍ନାକୁ ଆସିନାହିଁ । କିନ୍ତୁ ଫିଲ୍ମର ସୁଟିଂ ଏବର୍ଷ ଶେଷଆଡକୁ ହେବାର ଯୋଜନା ରହିଛି ବୋଲି ଶୁଣିବାକୁ ମିଳୁଛି ।
ପ୍ରକାଶ ଥାଉକି ୟାମୀ ଫିଲ୍ମ 'ବଦଲାପୁର', 'ବତୀ ଗୁଲ ମିଟର ଚାଲୁ', 'କାବିଲ' ଏବଂ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ' ଭଳି ଫିଲ୍ମରେ ଜବରଦସ୍ତ ଅଭିନୟ କରି ସଫଳ ହୋଇଛନ୍ତି । ଅନ୍ୟପଟେ ଦିଲଜିତଙ୍କ ଚର୍ଚ୍ଚିତ ପଞ୍ଜାବୀ ଫିଲ୍ମ 'ଛଡ଼ା' ରିଲିଜ ହେବାକୁ ଯାଉଛି । ଏହାର ପ୍ରମୋଶନରେ ଲାଗିଛନ୍ତି ଦିଲଜିତ ।