ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସ ଏବେ ସିବିଆଇ ହାତରେ । ଅନ୍ୟପଟେ ଫ୍ୟାନ୍ସ ସୋସିଆଲ ମିଡିଆରେ ଦୀର୍ଘ ସମୟରୁ ନ୍ୟାୟ ଦାବି କରିଆସୁଛନ୍ତି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା ‘ଜଷ୍ଟିସ ଫର ସୁଶାନ୍ତ ହ୍ୟାଶଟ୍ୟାଗ’ । ଏହି କେସରେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚହଳ ସୃଷ୍ଟି ହୋଇଛି । ସୁଶାନ୍ତଙ୍କ ପାଇଁ ବିଦେଶ ଲୋକ ମଧ୍ୟ ଜଷ୍ଟିସ ଫର ସୁଶାନ୍ତ ଦାବି କରୁଥିବାର ନଜର ଆସୁଛନ୍ତି । ଆଜ୍ଞା ହଁ, ଆମେରିକାବାସୀ ସୁଶାନ୍ତଙ୍କ ପାଇଁ ନ୍ୟାୟ ଚାହୁଁଛନ୍ତି । ଯାହାର ଝଲକ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
- " class="align-text-top noRightClick twitterSection" data="
">
ଶୁକ୍ରବାର ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯାହା ଆମେରିକାର କାଲିଫର୍ଣ୍ଣିଆର । ଏହାସହ ସେ କିଛି ଫଟୋ ମଧ୍ୟ ପୋଷ୍ଟ କରିଥିଲେ । ଯେଉଁଥିରେ ଆମେରିକାର ରାସ୍ତାରେ ‘ଜଷ୍ଟିସ ଫର ସୁଶାନ୍ତ’ଙ୍କ ବିଲବୋର୍ଡ ଲାଗିଥିବାର ଦେଖିବାକୁ ମିଳୁଛି ।
ସେହିପରି ଶ୍ବେତା ଫଟୋର କ୍ୟାପସନରେ ଲେଖିଛନ୍ତି, ‘କଲିଫର୍ଣ୍ଣିଆରେ ଭାଇଙ୍କ ବିଲବୋର୍ଡ। ଏବେ ଏହା ବିଶ୍ବବ୍ୟାପୀ ଆନ୍ଦୋଳନ ସାଜିଛି ।’ ଦେଖନ୍ତୁ ଫଟୋ...