ନୂଆଦିଲ୍ଲୀ: ବଲିଉଡର ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ପୁଅ ଜୁନୈଦ ମଧ୍ୟ ଆକ୍ଟିଙ୍ଗ କରନ୍ତି ଏବଂ ଖୁବ ଶୀଘ୍ର ସେ ବଲିଉଡରେ ଡେବ୍ୟୁ କରିବେ ।
କୁହାଯାଉଛି ଯେ, କିଛି ସମୟରୁ ଜୁନୈଦ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଏବଂ ସେ ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଫିଲ୍ମ ସହିତ ଡେବ୍ୟୁ କରିବେ ।
କିଛି ରିପୋର୍ଟ ଅନୁଯାୟୀ, ଜୁନୈଦଙ୍କ ଅପୋଜିଟରେ ତେଲୁଗୁ ସୁପରହିଟ୍ ଫିଲ୍ମ 'ଅର୍ଜୁନ ରେଡ୍ଡି'ର ହିରୋଇନ୍ ଶାଲିନୀ ପାଣ୍ଡେଙ୍କୁ ସାଇନ କରାଯାଇଛି ।
ଶାଲିନୀ ପାଣ୍ଡେ ରଣଭୀର ସିଂଙ୍କ ବିପରୀତ ଚଳଚ୍ଚିତ୍ର 'ଜୟଶଭାଇ ଜିଗର' ସହିତ ବଲିଉଡରେ ଡେବ୍ୟୁ କରିବେ।
କୁହାଯାଉଛି ଯେ, ଶାଲିନୀ ୟଶ ରାଜ ଫିଲ୍ମସ ସହିତ 3ଟି ଚଳଚ୍ଚିତ୍ର ପାଇଁ ସାଇନ କରିଛନ୍ତି ଏବଂ ଜୁନୈଦଙ୍କ ଡେବ୍ୟୁ ଫିଲ୍ମ ତାଙ୍କର ଦ୍ବିତୀୟ ଚଳଚ୍ଚିତ୍ର ହେବ ।
ଏହି ଚଳଚ୍ଚିତ୍ରରେ ଜୁନୈଦ ଏବଂ ଶାଲିନୀଙ୍କ ବ୍ୟତୀତ ଶରୱରୀ ୱାଗ ମଧ୍ୟ ରହିବେ ଯିଏ 'ବଣ୍ଟି ଅର ବାବଲି ୨' ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି ।
ପ୍ରକାଶ ଥାଉ କି, ତେବେ ଜୁନୈଦଙ୍କ ଡେବ୍ୟୁ ଫିଲ୍ମର କାଷ୍ଟଙ୍କ ଏପର୍ଯ୍ୟନ୍ତ ନିର୍ମାତାଙ୍କ ଦ୍ବାରା ନିଶ୍ଚିତ ହୋଇନାହାଁନ୍ତି । ଏଥିସହିତ ଫିଲ୍ମର ସୁଟିଂ 2021 ରେ ଆରମ୍ଭ ହେବ ଏବଂ ସିଦ୍ଧାର୍ଥ ମଲହୋତ୍ରା ନିର୍ଦ୍ଦେଶନା ଦେବେ ।