ETV Bharat / sitara

ଫାରହାଙ୍କ ଚାପୁଡାରୁ ଅଳ୍ପକେ ବର୍ତ୍ତିଥିଲେ Juhi Chawla

author img

By

Published : Sep 25, 2021, 8:10 PM IST

ସୁଟିଂ ସେଟରେ ଫାରହା ଖାନଙ୍କ ଚାପୁଡାରୁ ଅଳ୍ପକେ ବର୍ତ୍ତିଥିଲେ ଅଭିନେତ୍ରୀ Juhi Chawla । ଅଧିକ ପଢନ୍ତୁ...

ଫାରହାଙ୍କ ଚାପୁଡାରୁ ଅଳ୍ପକେ ବର୍ତ୍ତିଥିଲେ Juhi Chawla
ଫାରହାଙ୍କ ଚାପୁଡାରୁ ଅଳ୍ପକେ ବର୍ତ୍ତିଥିଲେ Juhi Chawla

ମୁମ୍ବାଇ: ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ୯୦ ଦଶକରେ ବଲିଉଡ଼ ଅଭିନେତ୍ରୀ ଜୁହି ଚାୱଲା । ତେବେ ସୁଟିଂ ସେଟରେ କାମ କରିବା ସମୟରେ କୋରିଓଗ୍ରାଫର ତଥା ଫିଲ୍ମ ମେକର ଫାରହାଙ୍କଠାରୁ ଚାପୁଡ଼ାରୁ ଅଳ୍ପକେ ବର୍ତ୍ତିଥିଲେ ଜୁହି । ଜି କମେଡି ଶୋ’ର ସେଟରେ ଜୁହି ଏକ ସ୍ବତନ୍ତ୍ର ଅତିଥି ଭାବରେ ଯୋଗ ଦେଇ ଏହି ଖୁଲାସା କରିଛନ୍ତି ।

ଜି କମେଡି ଶୋ'ରେ ଲାଫିଙ୍ଗ ବୁଦ୍ଧ ଭୂମିକାରେ ଅଭିନୟ କରୁଛନ୍ତି ଫାରହା । ଏହି ଶୋ'ରେ ଜୁହି ଯୋଗ ଦେଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଛନ୍ତି । ବର୍ତ୍ତମାନ ଫାରହା ସମସ୍ତଙ୍କ ମଜାରେ ଫରାଟେଦାର ଥପ୍ପା ମାରୁଛନ୍ତି । କିନ୍ତୁ ଦିନେ ସୁଟିଂ ସେଟରେ ଜୁହିଙ୍କୁ ବାସ୍ତବରେ ଫାରହା ଚାପୁଡ଼ା ମାରିବା ଉପରେ ଥିଲେ ବୋଲି ସେ କହିଛନ୍ତି । ଫାରହା ସୁଟିଂ ସେଟକୁ ଆସିବା ମାତ୍ରେ ସମସ୍ତେ ଧ୍ୟାନର ସହିତ କାମ କରୁଥିଲେ । ଦିନେ ସେ କ୍ରୁ ମେମ୍ବରଙ୍କ କାମକୁ ପସନ୍ଦ ନ କରି ଏଭଳି ପ୍ରାୟ ଚାପୁଡା ମାରିଥାନ୍ତେ ବୋଲି ଜୁହି କହିଛନ୍ତି ।

ସେ ସଙ୍ଗେ ସଙ୍ଗେ କ୍ରୋଧରେ କ୍ରୁ ମେମ୍ବରଙ୍କ ଉପରେ ଚିତ୍କାର କରିଥିଲେ । ଏହା ଉପରେ ଶୋ'ରେ ପ୍ରତିକ୍ରିୟା ରଖି ଫାରହା କହିଛନ୍ତି ଯେ, " କୁଛ ଭି କର ରହେ ଥେ ଯେ ଲୋଗ ଉସ ଦିନ " । କିନ୍ତୁ ଏହାପରେ ବି ଉଭୟ ମିଶି ଅନେକ କାମ କରିଛନ୍ତି । ଦର୍ଶକଙ୍କୁ ହିଟ ସଙ୍ଗ ମଧ୍ୟ ଭେଟି ଦେଇଛନ୍ତି । ତେବେ ଜୁହି ଜଣେ ପ୍ରତିଭାବାନ ଅଭିନେତ୍ରୀ ସହିତ ଜଣେ ଭଲ ଡ୍ୟାନ୍ସର ଥିଲେ । ତେବେ ତାଙ୍କ ସହିତ କାମ କରି ଫାରହା ମସ୍ତି କରିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.