ETV Bharat / sitara

ଶବାନାଙ୍କ ପରେ ଜୟା ବଚ୍ଚନ କୋରୋନା ପଜିଟିଭ, ବନ୍ଦ ହେଲା ସୁଟିଂ

author img

By

Published : Feb 4, 2022, 9:43 AM IST

ଶବାନା ଆଜମିଙ୍କ ପରେ ଜୟା ବଚ୍ଚନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟ କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର ରକି ଔର ରାନୀ କି ପ୍ରେମ କାହାନୀରେ ଏକାଠି ନଜର ଆସିଥାନ୍ତେ । ଜୟା ବଚ୍ଚନ କୋରୋନା ପଜିଟିଭ୍ ହେବା ପରେ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଛି । ଅଧିକ ପଢନ୍ତୁ

ଶବାନାଙ୍କ ପରେ ଜୟା ବଚ୍ଚନ କୋରୋନା ପଜିଟିଭ, ବନ୍ଦ ହେଲା କରଣ ଜୋହରଙ୍କ ଫିଲ୍ମ ସୁଟିଂ

ହାଇଦ୍ରାବାଦ: ଶବାନା ଆଜମିଙ୍କ ପରେ ଜୟା ବଚ୍ଚନ କୋରୋନା ପଜିଟିଭ (Jaya Bachchan tests Covid 19 positive) ଚିହ୍ନଟ ହୋଇଛନ୍ତି । ଉଭୟ କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ'ରେ ଏକାଠି ନଜର ଆସିଥାନ୍ତେ । ଜୟା ବଚ୍ଚନ କୋରୋନା ପଜିଟିଭ୍ ହେବା ପରେ ଦିଲ୍ଲୀରେ 'ରକି ଔର ରାନୀ କି ପ୍ରେମ କାହାଣୀ'ର ସୁଟିଂ ବନ୍ଦ ହୋଇଯାଇଛି ।

2020 ମସିହାରେ, ଯେତେବେଳେ ଅମିତାଭ ବଚ୍ଚନ, ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା କୋରୋନା ପଜିଟିଭ୍ ହୋଇଥିଲେ, ସେତେବେଳେ ଜୟା ବଚ୍ଚନ କୋଭିଡ 19ରୁ ବଞ୍ଚି ଯାଇଥିଲେ, କିନ୍ତୁ ଏଥିର ତୃତୀୟ ଲହରରେ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢନ୍ତୁ: ଶବାନା ଆଜମୀଙ୍କୁ କୋରୋନା

ଜୟା ବଚ୍ଚନ କୋରୋନା ପଜିଟିଭ୍ ହେବା ପରେ କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର 'ରକି ଔର ରାନୀ କି ପ୍ରେମ କାହାନୀ'ର ପରବର୍ତ୍ତୀ କାର୍ଯ୍ୟସୂଚୀକୁ ସ୍ଥଗିତ ରଖାଯାଇଛି । ବଲିଉଡ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମେ ଶବାନା ଆଜମି ପଜିଟିଭ ଆସିଥିଲେ ଏବଂ ପରେ ଜୟା ବଚ୍ଚନଙ୍କ ରିପୋର୍ଟ ପଜିଟିଭ୍ ଆସିଛି ​​। ଏହି କାରଣରୁ କରଣ ଅଧାରୁ ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ବି ପଢନ୍ତୁ: 23 କୋଟିରେ ନିଜ ବିଳାସପୂର୍ଣ୍ଣ ବଙ୍ଗଳା ବିକ୍ରି କଲେ ଅମିତାଭ ବଚ୍ଚନ

ଫିଲ୍ମର ଏକ ସୂତ୍ରରୁ ଜଣାଯାଇଛି ଯେ 'ରକି ଔର ରାନୀ କି ପ୍ରେମ କାହାନୀ'ର ସୁଟିଂ ଫେବୃଆରୀ 2 ରୁ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ 14ରେ ଶେଷ ହେବାର ଥିଲା । କାରଣ ବାକି କାଷ୍ଟ ଏବଂ କ୍ରୁଙ୍କ ସହିତ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି । ତେଣୁ କିଛି ଦିନ ପାଇଁ ସେ ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.