ETV Bharat / sitara

'ସୂର୍ଯ୍ୟବଂଶୀ' ମେକର୍ସଙ୍କ ଉପରେ ଖପ୍ପା ଜାଭେଦ

ଫେମସ ଲେଖକ ଓ ସଙ୍ଗୀତକାର ଜାଭେଦ ଅଖତର ନିଜର ପ୍ରତିକ୍ରିୟା ଜାହିର କରି ଅକ୍ଷୟ ଓ କ୍ୟାଟଙ୍କ ଆଗାମୀ ଫିଲ୍ମରେ ରିକ୍ରିଏଟ ହେବାକୁ ଯାଉଥିବା ଗୀତ 'ଟିପ ଟିପ ବରଷା ପାନି'ର ବିରୋଧ କରିଛନ୍ତି ।

author img

By

Published : Jun 27, 2019, 7:36 PM IST

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡରେ ରିଲିଜ ହେଉଥିବା ପ୍ରାୟ ଫିଲ୍ମରେ କୌଣସି ନା କୌଣସି ପୁରୁଣା ହିଟ ଗୀତର ରିମେକ ଦେଖିବାକୁ ମିଳୁଛି । ଏହି ପ୍ରକ୍ରିୟା ଏବେ ଧିରେ ଧିରେ ବଲିଉଡରେ ବଢିବାରେ ଲାଗିଛି । ଅନ୍ୟପଟେ କିଛି ଲୋକଙ୍କୁ ଏହା ବେଶ ଭଲ ଲାଗୁଥିବା ବେଳେ ଆଉ କିଛି ଲୋକ ଏହାର ବିରୋଧ କରିବା ଆରମ୍ଭ କରିଲେଣି । ଏହି କ୍ରମରେ ଏବେ ସାମିଲ ଅଛନ୍ତି ଲୋକପ୍ରିୟ ଲେଖକ ଏବଂ ସଙ୍ଗୀତକାର ଜାଭେଦ ଅଖତର ।

ବି-ଟାଉନର ଖିଲାଡି ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଆଗାମୀ ଫିଲ୍ମ 'ସୂର୍ଯ୍ୟବଂଶୀ'ରେ ରିକ୍ରିଏଟ ହେଉଥିବା ଗୀତ 'ଟିପ ଟିପ ବରଷା ପାନି'ଙ୍କୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ଜାଭେଦ ।

ଫିଲ୍ମ 'ସୂର୍ଯ୍ୟବଂଶୀ' ପାଇଁ ରିକ୍ରିଏଟ ହେଉଥିବା 1994ରେ ଆସିଥିବା ଫିଲ୍ମ 'ମୋହରା'ର ରୋମାଣ୍ଟିକ ଗୀତ 'ଟିପ ଟିପ ବରଷା ପାନି’ର ସୁଟିଂ ଆରମ୍ଭ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ଥିଲା । ଗତକାଲି ଏହି ଗୀତର ସୁଟିଂ ଚାଲିଥିଲା । କିନ୍ତୁ ଏହି ଗୀତ ପାଇଁ ଜାଭେଦ 'ସୂର୍ଯ୍ୟଂବଶୀ' ମେକର୍ସଙ୍କ ଉପରେ ଭୀଷଣ ରାଗି ଯାଇଛନ୍ତି ।

ପ୍ରକାଶ ଥାଉକି ଦୀର୍ଘ ସମୟରୁ ଜାଭେଦ ଗୀତର କପି ରାଇଟକୁ ନେଇ ନିଜ ସ୍ବର ଉଠାଇଆସୁଛନ୍ତି । ଆଉ ସେ ଚାହୁଁଛନ୍ତି କି ଏହି ରିକ୍ରିଏଟର ପ୍ରକ୍ରିୟା ବନ୍ଦ ହେବା କଥା ।

Intro:Body:

fsfds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.