ହାଇଦ୍ରାବାଦ: ଶ୍ରୀଦେବୀ କନ୍ୟା ଜାହ୍ନବୀ କପୁର ଆଗକୁ ଅନେକ ବଡ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି । ତେବେ ନିକଟରେ ଜାହ୍ନବୀ ବେଲି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଶଶାଙ୍କ ଖୈତାନଙ୍କ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି ଜାହ୍ନବୀ । ‘ଡ୍ୟାନ୍ସ ଦିୱାନେ’ଗୀତରେ ନାଚିଛନ୍ତି ଧଡକ ଗାର୍ଲ ।
ପ୍ରକାଶ ଥାଉକି, ନିକଟରେ ସଲମାନ ଖାନ ସ୍ଲୋ-ମୋଶନ ଚ୍ୟାଲେଞ୍ଜ ଦେଇଥିଲେ । ଏହାକୁ ଗ୍ରହଣ କରିଥିଲେ ‘ଡ୍ୟାନ୍ସ ଦିୱାନେ’ଶୋ' ର ଜର୍ଜ ଶଶାଙ୍କ ଖୈତାନ, ମାଧୁରୀ ଦିକ୍ଷିତ, ତୁଷାର । ଏହାପରେ ଶଶାଙ୍କ ଦେଇଥିଲେ ‘ଡ୍ୟାନ୍ସ ଦିୱାନେ’ ଚ୍ୟାଲେଞ୍ଜ ।
ତେବେ ଜାହ୍ନବୀ ଆଗକୁ ‘କାରଗିଲ ଗାର୍ଲ’, ‘ତଖ୍ତ’, ‘ରୁହଅଫଜା’ରେ ନଜର ଆସିବେ । କାରଗିଲ ଗାର୍ଲ, ଏୟାରଫୋର୍ସ ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ । ରୁହଅଫଜାରେ ଜାହ୍ନବୀ କପୁର ରାଜକୁମାର ରାଓଙ୍କ ସହ ନଜର ଆସିବେ ଅନ୍ୟପକ୍ଷେ ତଖ୍ତକୁ କରନ ଜୋହର ନିର୍ଦ୍ଦେଶନା ଦେବେ ।