ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତଥା ଶ୍ରୀଦେବୀ କନ୍ୟା ଜାହ୍ନବୀ କପୁର ଏବେ ଚର୍ଚ୍ଚାରେ । ଏକ ବହି କାରଣରୁ ଜାହ୍ନବୀଙ୍କୁ ଟ୍ରୋଲ ହେବାକୁ ପଡିଛି । ଲେଖକ ହରିନ୍ଦର ସିକ୍କାଙ୍କ ‘କଳିଙ୍ଗ ସହମତ’ର ହିନ୍ଦୀ ସଂସ୍କରଣର ଉନ୍ମୋଚନ ପାଇଁ ପହଞ୍ଚିଥିଲେ ଜାହ୍ନବୀ କପୁର ।

ଉନ୍ମୋଚନରେ ଜାହ୍ନବୀ ବହିକୁ ଓଲଟା ଧରିଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଟୋକୁ ଦେଖି ଟ୍ରୋଲର୍ସ ଜାହ୍ନବୀଙ୍କୁ ଅଶିକ୍ଷିତ ବୋଲି କହିଥିଲେ । ପ୍ରକାଶଥାଉକି, ଜାହ୍ନବୀ ଆଗକୁ ଫିଲ୍ମ କାରଗିଲ ଗର୍ଲ, ରୁହ-ଅଫଜା ଓ କରନ ଜୋହରଙ୍କ ଫିଲ୍ମ ତଖ୍ତରେ ନଜର ଆସିବେ ।