ETV Bharat / sitara

ସାଙ୍ଗଙ୍କ ସହ ମସ୍ତିମୁଡରେ ଜାହ୍ନବୀ, ଭିଡିଓ ଭାଇରାଲ - janhvi-kapoor-dancing-with-friends

ନିକଟରେ ଜାହ୍ନବୀ ନିଜ ସାଙ୍ଗଙ୍କ ସହ ଡ୍ୟାନ୍ସ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ ଜାହ୍ନବୀ ସାଙ୍ଗମାନଙ୍କ ସହିତ ପୁଲ୍ ସାଇଡ ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

janhvi-kapoor-dancing-with-friends-near-pool-dhadak-actress-shares-a-hilarious-video
ସାଙ୍ଗମାନଙ୍କ ସହ ମସ୍ତି ମୁଡ୍ ରେ ଜାହ୍ନବୀ, ଭିଡିଓ ଭାଇରାଲ
author img

By

Published : Apr 16, 2021, 10:30 PM IST

ନୂଆଦିଲ୍ଲୀ: ‘ଧଡକ’ ଫେମ ଜାହ୍ନବୀ କପୁର ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ନିକଟରେ, ଜାହ୍ନବୀ ନିଜ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଭିଡିଓରେ ଜାହ୍ନବୀ ସାଙ୍ଗମାନଙ୍କ ସହିତ ପୁଲ୍ ସାଇଡ ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଭିଡିଓ ର କ୍ୟାପସନ ରେ ଜାହ୍ନବୀ ଲେଖିଛନ୍ତି, 'କାସ୍ ... ଆମେ ଆହୁରି କୁଲ୍ ଦେଖାଯାଉ , କିନ୍ତୁ...'ଏବେ ଜାହ୍ନବୀଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କିଛିଦିନ ପୂର୍ବରୁ ଜାହ୍ନବୀ ମାଳଦ୍ବୀପ ଏବଂ ପରେ ଉଦୟପୁର ଟ୍ରିପରୁ ଫେରିଛନ୍ତି । ଏହି ମାଳଦ୍ବୀପ ଟ୍ରିପରେ ଜାହ୍ନବୀଙ୍କ ସହିତ ଅନେକ ବନ୍ଧୁମାନେ ମଧ୍ୟ ନଜର ଆସିଥିଲେ ।

ପ୍ରକାଶ ଥାଉ କି, ନିକଟରେ ଜାହ୍ନବୀଙ୍କ ଅଭିନୀତ ହରର, କମେଡି ଫିଲ୍ମ ‘ରୁହି’ ରିଲିଜ ହୋଇଥିଲା । ଯେଉଁଥିରେ ଡାହାଣୀ ଭୂମିକାରେ ଅଭିନୟ କରିଥିଲେ ସେ । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.