ମୁମ୍ବାଇ: ଜୈସଲମେରରେ 'ବଚ୍ଚନ ପାଣ୍ଡେ'ର ସୁଟିଂ ଶେଷ କରିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏହି ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ଦଉଡି ଉପରେ ଚାଲିବାର ଟ୍ରେନିଂ ନେଇଥିଲେ ।
ଜ୍ୟାକଲିନ୍ ପ୍ରାୟ ତିନି ସପ୍ତାହ ଜୈସଲମେରରେ ଥିଲେ ଏବଂ ସେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଏହି କଳା ଶିଖିଯାଇଥିଲେ ।
- " class="align-text-top noRightClick twitterSection" data="
">
ସୂତ୍ର ଅନୁଯାୟୀ, 'ଏହି କଳା ଶିଖିବା କଷ୍ଟକର । ଜଣେ ବ୍ୟକ୍ତି ରସି ଉପରେ ଚାଲିବା ପାଇଁ ଶରୀରର ସନ୍ତୁଳନ ଆବଶ୍ୟକ କରେ । ଯାହା ଭୂମିଠାରୁ ପ୍ରାୟ ଆଠରୁ 10 ଫୁଟ ଉଚ୍ଚରେ ବନ୍ଧା ହୋଇଥାଏ । ଜ୍ୟାକଲିନ୍ ଏହି କଳାକୁ ସହଜରେ ଶିଖିଥିଲେ' ।
ସୂତ୍ରରୁ ପ୍ରକାଶ ଯେ, ଏହି ଅଭିନେତ୍ରୀ ପୋଲ ଡ୍ୟାନ୍ସ ଏବଂ ଏରିଏଲ ଟ୍ରେନିଂ ମଧ୍ୟ ନେଇଛନ୍ତି, ଯାହା ତାଙ୍କୁ ଦଉଡି ଉପରେ ଚାଲିବାରେ ସାହାଯ୍ୟ କରିଛି ।
ପ୍ରକାଶ ଥାଉ କି, 'ବଚ୍ଚନ ପାଣ୍ଡେ'ରେ ଅକ୍ଷୟ କୁମାର ଏବଂ କ୍ରିତି ସାନନ ମଧ୍ୟ ଅଭିନୟ କରିଛନ୍ତି । ଏହି ଆକ୍ସନ୍ କମେଡି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ 26 ରେ ମୁକ୍ତିଲାଭ କରିବ ।