ମୁମ୍ବାଇ: ଯେବେଠୁ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାର’ର ରିଲିଜ ତାରିଖ ସାମ୍ନାକୁ ଆସିଛି, ସେହି ସମୟରୁ ତାଙ୍କ ବନ୍ଧୁ, ଫ୍ୟାନ୍ସ ଫିଲ୍ମ ଦେଖିବାକୁ ବ୍ୟାକୁଳ ନଜର ଆସୁଛନ୍ତି । ସେହିପରି ତାଙ୍କ ପୂର୍ବ ଫିଲ୍ମ ‘ଡ୍ରାଇଭ’ରେ ନଜର ଆସିଥିବା ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ମଧ୍ୟ ଏହି ଫିଲ୍ମକୁ ନେଇ ଇମୋଶନାଲ ହୋଇଯାଇଛନ୍ତି । ସେ ସୋସିଆଲ ମିଡିଆରେ ଏମିତି ଲେଖିଛନ୍ତି, ଯାହାକୁ ପଢି ସମସ୍ତଙ୍କ ଆଖିରେ ଲୁହ ଆସିଯିବ ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ‘ଦିଲ ବେଚାରା’ର ପୋଷ୍ଟର ସେୟାର କରି ଇମୋଶନାଲ ମେସେଜ ଓ ଫିଲ୍ମକୁ ନେଇ ନିଜ ଆଶା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଭରସା ଅଛି ଯେ ସୁଶାନ୍ତଙ୍କ ଏହି ଫିଲ୍ମ ଜରିଆରେ ସମସ୍ତଙ୍କ ହୃଦୟ କିଣିବ । ସେହିପରି ସେ ସୁଶାନ୍ତଙ୍କ ଅଭିନୟ ବିଷୟରେ ଆଲୋଚନା କରି କହିଛନ୍ତି ଯେ ସେ ସ୍କ୍ରିନରେ ଆସିବା ମାତ୍ରେ ସ୍କ୍ରିନକୁ ଆଲୋକିତ କରିଦେବେ ।
ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ସୁଶାନ୍ତଙ୍କ ଚାଲି ଯିବାରୁ ଗୋଟିଏ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ସେ ମୋତେ ଶିଖାଇଥିଲେ ସବୁ କଷ୍ଟ ସମୟରେ ମୁଁ ସମସ୍ତଙ୍କ ସାଥୀରେ କେମିତି ରହିବି । ଯେବେ ମଧ୍ୟ ମୁଁ ଚିନ୍ତିତ ରହୁଥିଲି ସେ ମୋତେ ସେଥିରୁ ବାହାର କରିବା ପାଇଁ ଅନେକ ସାହାଯ୍ୟ କରିଥିଲେ । ଏବେ ତାଙ୍କ ଶେଷ ଫିଲ୍ମ ଦେଖିବା ମୋ ପାଇଁ ସହଜ କଥା ନୁହେଁ । ହେଲେ ମୋତେ ବିଶ୍ବାସ ଅଛି ସୁଶାନ୍ତ ନିଜ ଅଭିନୟ ଜରିଆରେ ସ୍କ୍ରିନକୁ ଆଲୋକିତ କରିବେ । ଏହି କଥା ମୋତେ ଶାନ୍ତି ନିହାତି ଦେବ ।’