ETV Bharat / sitara

ଜ୍ୟାକଲିନ-ସୁରେଶଙ୍କ ଫଟୋ ଭାଇରାଲ ପରେ, ଜାଣନ୍ତୁ କଣ କହିଲେ ଅଭିନେତ୍ରୀ - ଭାଇରାଲ ଫଟୋକୁ ନେଇ ବିବୃତ୍ତି ରଖିଲେ ଜ୍ୟାକଲିନ

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସହ ସୁକେଶ ଚନ୍ଦ୍ରଶେଖର ରୋମାନ୍ସ ବେଳର ଆଉ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏକ ବିବୃତ୍ତି ରଖିଛନ୍ତି ଜ୍ୟାକଲିନ । ଅଧିକ ପଢନ୍ତୁ

ଜ୍ୟାକ୍‌ଲିନ୍‌-ସୁକେଶଙ୍କର ଅନ୍ତରଙ୍ଗ ମୂହୂର୍ତ୍ତର ଭାଇରାଲ ଫଟୋକୁ ନେଇ ବିବୃତ୍ତି ରଖିଲେ ଜ୍ୟାକ୍‌ଲିନ୍‌

author img

By

Published : Jan 9, 2022, 1:05 PM IST

ମୁମ୍ବାଇ: ୨ଶହ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଫସିବା ପରେ ଧିରେ ଧିରେ ବିବାଦ ଭିତରକୁ ଟାଣି ହୋଇ ଆସିଛନ୍ତି ଅଭିନେତ୍ରୀ । ଏପଟେ ଠକ ସୁରେଶ ଚନ୍ଦ୍ରଶେଖରଙ୍କ ସହ ଗୋଟେ ପରେ ଗୋଟେ ଫଟୋ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଉଭୟ ପରସ୍ପରକୁ କିସ୍ କରୁଥିବାର ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଜ୍ୟାକଲିନଙ୍କ ଆଉ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ।

ଯେଉଁ ଫଟୋରେ ଜ୍ୟାକଲିନ୍‌ଙ୍କର ବେକରେ ଏକ ଲଭ ବାଇଟର ଚିହ୍ନ ଦେଖିବାକୁ ମିଳିଛି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଏହି ଫଟୋ ଭାଇରାଲ ହେବାପରେ ବଲିଉଡ ଅଭିନେତା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଶନିବାର ଦିନ ଏକ ବିବୃତ୍ତି ଜାରି କରିଛନ୍ତି । ଜ୍ୟାକଲିନ୍ ନିଜ ଇନଷ୍ଟାଗ୍ରାମରେ ପ୍ରଶଂସକ ଏବଂ ବନ୍ଧୁମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହିପରି ଫଟୋ ପ୍ରସାରଣ କରନ୍ତୁ ନାହିଁ । ଏହି ଦେଶର ଲୋକମାନେ ମୋତେ ସର୍ବଦା ଅତ୍ୟଧିକ ପ୍ରେମ ଏବଂ ସମ୍ମାନ ଦେଇ ଆସିଛନ୍ତି ।

ଏଥିରେ ମୋର ଗଣମାଧ୍ୟମର ବନ୍ଧୁମାନେ ଅଛନ୍ତି, ଯେଉଁମାନଙ୍କଠାରୁ ମୁଁ ବହୁତ କିଛି ଶିଖିଛି । ବର୍ତ୍ତମାନ ମୁଁ ଏକ ଖରାପ ସମୟ ଦେଇ ଗତି କରୁଛି । ଗଭୀର ବିଶ୍ବାସ ସହିତ ମୁଁ ମୋର ମିଡିଆ ବନ୍ଧୁମାନଙ୍କୁ ଅନୁରୋଧ କରିବି ଯେ ଏହିପରିଚିତ୍ର ପ୍ରସାରଣ କରନ୍ତୁ ନାହିଁ ଯାହା ମୋର ଗୋପନୀୟତା ଏବଂ ବ୍ୟକ୍ତିଗତ ଜୀବନରେ ପ୍ରଭାବ ପକାଇବ । ଆପଣ ନିଜ ପ୍ରିୟଜନଙ୍କ ପାଇଁ ଏମିତି କେବେ କରିବେ ନାହିଁ ଏବଂ ମୁଁ ନିଶ୍ଚିତ ଯେ ଆପଣମାନେ ମଧ୍ୟ ମୋ ସହିତ ମଧ୍ୟ ଏପରି କରିବେ ନାହିଁ । ନ୍ୟାୟ ପାଇବାର ଆଶା କରୁଛି ଧନ୍ୟବାଦ ।

ସୂଚନା ଥାଉକି, ଜ୍ୟାକଲିନଙ୍କୁ କୋଟି କୋଟି ଟଙ୍କାର ଉପହାର ଦେବା ସହିତ ନୋରା ଫତେଇଙ୍କୁ ଏକ ଦାମୀ କାର ଦେଇଛନ୍ତି ସୁରେଶ । ଜାନୁଆରୀ ୨୦୨୧ରୁ ଜ୍ୟାକଲିନ ଓ ସୁକେଶ ପରସ୍ପର ସହ କଥା ହୋଇଥିଲେ । ଏହାପର ଠୁ ସୁକେଶ ଜ୍ୟାକଲିନଙ୍କୁ ଅନେକ ମୂଲ୍ୟବାନ ଉପହାର ପଠାଇବା ଆରମ୍ଭ କରିଥିଲେ । ଉପହାର ମଧ୍ୟରେ ଦାମୀ ହୀରା ଅଳଙ୍କାର, ୪ଟା ପାର୍ସିଆନ ବିଲେଇ,(ଗୋଟିଏକୁ ୯ ଲକ୍ଷ) 52 ଲକ୍ଷର ଏକ ଘୋଡା ରହିଛି । ସୁକେଶଙ୍କୁ ନେଇଥିବା ଉପହାରର ମୂଲ୍ୟ ପାଖାପଖି ୧୦କୋଟି ହେବ । ନୋରା ଫତେହିଙ୍କୁ ମଧ୍ୟ ଉପହାର ଦେଇଛନ୍ତି ସୁକେଶ । ଉପହାରରେ ଏକ BMW କାର ଏବଂ ଏକ ଆଇଫୋନ୍ ରହିଛି । ଯାହାର ମୂଲ୍ୟ ମୋଟ ୧ କୋଟି ଟଙ୍କା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.