ETV Bharat / sitara

ଶ୍ରୀଲଙ୍କା ସୁନ୍ଦରୀଙ୍କ ସହ ରୋମାନ୍ସ କରିବେ ଆସୀମ

author img

By

Published : Mar 5, 2020, 11:12 PM IST

ବିଗ ବସ ପରେ ଏବେ ମ୍ୟୁଜିକାଲ ଭିଡିଓରେ ଭାଗ୍ୟ ପରୀକ୍ଷା କରିବେ ବିଗ ବସ 13ର ପପୁଲାର ପ୍ରତିଯୋଗୀ ଆସୀମ ରିୟାଜ । ତାଙ୍କ ଅପୋଜିଟରେ ଆସିବେ ହିରୋଇନ ଜ୍ୟାକଲିନ ଫର୍ଣ୍ଣାଡିଜ। ଅଧିକ ପଢନ୍ତୁ...

jacqueline fernandez
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲୀନ ଫର୍ଣ୍ଣାଡେଜ

ମୁମ୍ବାଇ: ଛୋଟ ପରଦାର ପପୁଲାର ଶୋ ବିଗ ବସ 13ର ଫେମସ ପ୍ରତିଯୋଗୀ ଓ ରନର୍ସ ଅପ ଆସୀମ ରିୟାଜ ଖୁବଶୀଘ୍ର ମ୍ୟୁଜିକ ଭିଡିଓରେ ନଜର ଆସିବାକୁ ଯାଉଛନ୍ତି । ସେ ଶ୍ରୀଲଙ୍କା ସୁନ୍ଦରୀ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ । ଏହି ମ୍ୟୁଜିକାଲ ଭିଡିଓରେ ସ୍ପେଶାଲ ହୋଲି ଗୀତ ସାମିଲ କରାଯାଇଛି। ସବୁଠାରୁ ବଡ କଥା ହେଲା ଯେ ଏହି ଗୀତଟି ବିଗ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଲାୱାରିସ’ର ଫେମସ ଗୀତ ‘ମେରେ ଅଙ୍ଗନେ ମେଁ’ର ରିମିକ୍ସ ଭର୍ସନ।

ଏହି ଭିଡିଓଟି ଆସନ୍ତା 8 ତାରିଖ ତଥା ଆନ୍ତର୍ଜାତୀୟ ମହିଳା ଦିବସରେ ରିଲିଜ ହେବାକୁ ଯାଉଛି । ଏହି ଅବସରରେ ଜ୍ୟାକଲିନ ନିଜ ଇନଷ୍ଟାଗ୍ରାମରେ ଏହା ସହ ସମ୍ପୃକ୍ତ ଥିବା ଅନେକ ଫଟୋ ସେୟାର କରିଛନ୍ତି । ଏହାସହ ଗୋଟିଏ ଭିଡିଓ ମଧ୍ୟ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜ୍ୟାକଲିନଙ୍କ ସହ ଖଣ୍ଡା ଧରିଥିବାର ନଜର ଆସୁଛନ୍ତି ଆସୀମ।

ଦୁଇଜଣ ନିଜ ଇନଷ୍ଟାଷ୍ଟୋରିରେ ମଧ୍ୟ ଏକ ସେଲ୍ଫି ସେୟାର କରିଛନ୍ତି । ଫଟୋରେ ଆସୀମ ଧଳା ରଙ୍ଗନର ଆଉଟଫିଟ୍ ପିନ୍ଧିଥିବା ବେଳେ ଜ୍ୟାକଲିନ ପିଙ୍କ ଲେହେଙ୍ଗାରେ ନଜର ଆସୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଦୁଇଜଣଙ୍କ ଏହି ମସ୍ତିଭରା ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.