ETV Bharat / sitara

ରିଲିଜ ହେଲା ‘ଜବରିୟା ଯୋଡି’ର ନୂଆ ଟ୍ରାକ - ପରିଣୀତି ଚୋପ୍ରା

ପୁଣି ରାଗଭରା ଅନ୍ଦାଜରେ ନଜର ଆସିବେ ସିଦ୍ଧାର୍ଥ ଓ ପରିଣୀତି । ରିଲିଜ ହେଲା ଜବରିୟା ଯୋଡିର ନୂଆ ଟ୍ରାକ ‘ଖାୱାବଫରୋଶି’ ।

ଫଟୋ ସୌଜନ୍ୟ: ୟୁଟ୍ୟୁବ
author img

By

Published : Aug 6, 2019, 12:13 PM IST

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ପରିଣୀତି ଚୋପ୍ରା ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଜବରିୟା ଯୋଡି’ର ଇମୋଶନାଲ ଗୀତ ‘କି ହୋନ୍ଦା ପ୍ୟାର’ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି। ଦର୍ଶକଙ୍କ ଉତ୍ସାହ ଦେଖି ଇତିମଧ୍ୟରେ ମେକର୍ସ ଫିଲ୍ମର ଆଉ ଏକ ଗୀତ ‘ଖାୱାବଫରୋଶି’ ରିଲିଜ କରିଛନ୍ତି।

ଏହାର ସୂଚନା ସିଦ୍ଧାର୍ଥ ନିଜ ଟ୍ବିଟରରେ ଦେଇଛନ୍ତି । ଗୀତଟିକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ପ୍ରେମ, ହୃଦୟଭାଙ୍ଗିବା ଏବଂ ଯନ୍ତ୍ରଣାର ଆଉ ଏକ ଗୀତ ଖାୱାବଫରୋଶି ଏବେ ରିଲିଜ ହୋଇଯାଇଛି। ’’

ଏହି ଟ୍ରାକକୁ କମ୍ପୋଜ ସହ ଗୀତଟିକୁ ସାଚେତ ଟଣ୍ଡନ ଓ ପରମ୍ପରା ଠାକୁର ଗାଇଥିବା ବେଳେ ସଦ୍ଧାର୍ଥ ଓ ଗରିମା ଗୀତର ଲିରିକ୍ସ ଲେଖିଛନ୍ତି । ସେହିପରି ଫିଲ୍ମର ପ୍ରଯୋଜନା ଏକତା କପୁରଙ୍କ ବ୍ୟାନର ବାଲାଜି ମୋଶନ ପିକ୍ଚର୍ସ ଏବଂ କର୍ମା ମିଡିଆ ନେଟ ଜରିଆରେ ନିର୍ମାଣ କରାଯାଇଛି ।

  • " class="align-text-top noRightClick twitterSection" data="">

ଏହାପୂର୍ବରୁ ଫିଲ୍ମର ଇମୋଶନାଲ ଗୀତ ‘କି ହୋନ୍ଦା ପ୍ୟାର’ ଏବଂ ‘ଧୁଣ୍ଡେ ଆଂଖିୟା’ ରିଲିଜ ହୋଇସାରିଛି । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ।

ପ୍ରକାଶ ଥାଉକି ‘ଜବରିୟା ଯୋଡି’ ଫିଲ୍ମ ବିହାର ଏବଂ ଉତ୍ତର ପ୍ରଦେଶରେ ଯୁଗ ଯୁଗରୁ ପ୍ରଚଳିତ ‘ପକଡୱା ବିବାହ’ ପ୍ରଥା ଉପରେ ଆଧାରିତ । ଯେଉଁ ପ୍ରଥାରେ ଝିଅ ପରିବାର ଜବରଦସ୍ତି ପୁଅକୁ ଉଠାଇ ନେଇ ନିଜ ଝିଅ ସହ ବିବାହ କରାଇଥାନ୍ତି।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.