ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମ ଠାରୁ ଦୂରେଇ ରହିଥିବା ଅଭିନେତ୍ରୀ କରିସ୍ମା କପୁର ଏବେ ଡିଜିଟାଲ ଦୁନିଆରେ ନଜର ଆସିବେ । ସେ ଖୁବଶୀଘ୍ର ନୂଆ ୱେବ ସିରିଜ 'ମେଣ୍ଟାଲହୁଡ' ଜରିଆରେ ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ । ବର୍ତ୍ତମାନ ଏହି ସିରିଜର ସୁଟିଂ ମଧ୍ୟ ଶେଷ କରିସାରିଲେଣି ସେ । ଯାହାର ସୂଚନା ସେ ନିଜ ଇନଷ୍ଟାଗ୍ରାମ ଜରିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
44 ବର୍ଷିୟ କରିସ୍ମା ଇନଷ୍ଟାରେ ୱେବ ସିରିଜର ସୁଟିଂ ପୂରଣ ହେବା ଅବସରରେ ଶେଷ ଦିନର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ପରିଶେଷରେ ଶେଷ ହୋଇଛି ଏହାର ସୁଟିଂ, ମେଣ୍ଟାଲ କେକ ମେଣ୍ଟାଲ କ୍ରୁଙ୍କ ପାଇଁ । ଧନ୍ୟବାଦ ସମସ୍ତଙ୍କୁ । ଲଭ ମେଣ୍ଟାଲମମ, ମୀରା ଶର୍ମା ।"
- " class="align-text-top noRightClick twitterSection" data="
">
ଭିଡିଓରେ କରିସ୍ମା କେକ କାଟୁଥିବାର ନଜର ଆସୁଛନ୍ତି । ଆଉ ତାଙ୍କ ପାଖରେ ସିରିଜର ପୁରା ଟିମ ମଧ୍ୟ ଠିଆ ହୋଇଥିବାର ଦେଖାଯାଉଛନ୍ତି ।
ପ୍ରକାଶ ଥାଉକି ଏହାପୂର୍ବରୁ ସେ ଇନଷ୍ଟାରେ 'ମେଣ୍ଟାଲହୁଡ' ଏକ ପୋଷ୍ଟର ସେୟାର କରିଥିଲେ । ପୋଷ୍ଟର ଜରିଆରେ ସେ ନିଜ ଭୂମିକା ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।
ଜଣାଇ ଦେଉଛୁ ଯେ ସିରିଜର କାହାଣୀ ଜଣେ ଛୋଟ ସହର ମା'ଙ୍କୁ ନେଇ ଆଧାରିତ । ଯିଏ ମୁମ୍ବାଇରେ ନିଜର ପିଲାଙ୍କୁ କିପରି ଲାଳନପାଳନ କରୁଛନ୍ତି ତାହା ଏଥିରେ ପର୍ଯ୍ୟବେଶିତ । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି କରିସ୍ମା କୋହଲୀ । ଅନ୍ୟପଟେ ସିରିଜର ପ୍ରଯୋଜନା କରିଛି ବାଲାଜୀ ଟେଲିଫିଲ୍ମସ । ସିରିଜଟି ଏକତା କପୁରଙ୍କ ଅଲ୍ଟ ବାଲାଜୀ ଆପରେ ପ୍ରସାରଣ ହେବ ।
ଶେଷଥର କରିସ୍ମା ଗତ ବର୍ଷ ରିଲିଜ ହୋଇଥିବା ଶାହରୁଖ ଖାନଙ୍କ ଫିଲ୍ମ 'ଜିରୋ'ରେ ଅତିଥି ଅଭିନେତ୍ରୀ ରୂପେ ନଜର ଆସିଥିଲେ ।