ETV Bharat / sitara

୨୦ କୋଟି ଟିକସ ଚୋରି କରିଛନ୍ତି ସୋନୁ, ଅଭିଯୋଗ କଲା ଆୟକର ବିଭାଗ - ଅଡୁଆରେ ସୋନୁ ସୁଦ

ଅଡୁଆରେ ଅଭିନେତା ସୋନୁ ସୁଦ । ତାଙ୍କ ବିରୋଧରେ ୨୦ କୋଟି ଟଙ୍କାର ଟ୍ୟାକ୍ସ ଚୋରି ଅଭିଯୋଗ ଆଣିଛି ଆୟକର ବିଭାଗ । ଅଧିକ ପଢନ୍ତୁ...

Sonuଙ୍କ ବିରୋଧରେ ୨୦ କୋଟି ଟାକ୍ସ ଚୋରି ଅଭିଯୋଗ ଆଣିଲା IT ବିଭାଗ

author img

By

Published : Sep 18, 2021, 3:34 PM IST

ମୁମ୍ବାଇ: ଅଡୁଆରେ ଛନ୍ଦି ହେବାରେ ଲାଗିଛନ୍ତି ବଲିଉଡ଼ ଅଭିନେତା ତଥା ସାମାଜିକ କର୍ମୀ ସୋନୁ ସୁଦ । ଗତ ୩ ଦିନ ଧରି ସୋନୁଙ୍କ ଘରେ ଆୟକର ବିଭାଗ ସର୍ଭେ ଅପରେସନ ଜାରି ରହିଥିବା ବେଳେ ଆଜି(ଶନିବାର) ଏକ ବଡ଼ ଖବର ସାମନାକୁ ଆସିଛି । ସୋନୁ ୨୦ କୋଟି ଟଙ୍କାର ଟିକସ ଚୋରି କରିଥିବା ଅଭିଯୋଗ ଆଣିଛି ଆୟକର ବିଭାଗ । ଏହାସହିତ ସେ ୨.୧ କୋଟି ଟଙ୍କା ବିଦେଶକୁ ଦାନ କରିଥିବା ବେଳେ ୬୫ କୋଟି ଟଙ୍କାର ନେଣଦେଣ ଅଭିଯୋଗ ଆସିଛି ।

ସୋନୁଙ୍କ ନାଁରେ ଟିକସ ଚୋରି ସହିତ ଅନେକ ଗୁରୁତର ଅଭିଯୋଗ:

ଶନିବାର ଅଭିନେତା ସୋନୁଙ୍କ ବିରୁଦ୍ଧରେ ୨୦ କୋଟି ଟଙ୍କା ଚୋରି ଅଭିଯୋଗ ଆଣିଛନ୍ତି ଆୟକର ବିଭାଗ ଅଧିକାରୀ । ସୋନୁଙ୍କ NGO ସଂସ୍ଥା ବିରୋଧରେ ଏହି ଅଭିଯୋଗ ଆସିଛି । ସୋନୁଙ୍କ ଏହି ସଂସ୍ଥାକୁ ଅନୈତିକ ଭାବରେ ବିଦେଶୀ ଅନୁଦାନ ମିଳିଥିବା ମଧ୍ୟ କୁହାଯାଇଛି । IT ବିଭାଗ ମୁମ୍ବାଇ ସମେତ ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଓ ଗୁରୁଗ୍ରାମ ସହିତ ପ୍ରାୟ ୨୮ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ।

ସୋନୁଙ୍କ NGOଙ୍କୁ ମିଳିଛି ବିଦେଶୀ ଅନୁଦାନ :

ସୋନୁ ସୁଦ କିଛି ଠକ ସଂସ୍ଥା ସହିତ ଜଡ଼ିତ ଥିଲେ । ଏହି ସଂସ୍ଥା ଗୁଡ଼ିକରୁ ସେ ଅସୁରକ୍ଷିତ ଭାବେ ଋଣ ନେଇ ଟଙ୍କା ମଧ୍ୟ ଜମା କରୁଥିଲେ । ଆଇଟି ବିଭାଗ କହିବା ଅନୁସାରେ ୨୦୨୦ ମସିହାରେ ସୋନୁ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା NGO ସ୍ଥାପନ କରିଥିଲେ । ଏହି ସଂସ୍ଥାଟି ଚଳିତ ବର୍ଷ ଏପ୍ରିଲ ୧ ତାରିଖ ସୁଦ୍ଧା ୧୮. ୯୪ କୋଟି ଟଙ୍କା ଦାନ ଆକାରରେ ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏହି ଦାନ ଅର୍ଥରୁ ୧.୯ କୋଟି ଟଙ୍କାକୁ ସଂସ୍ଥା ବିଭିନ୍ନ କାର୍ଯ୍ୟ ପାଇଁ ଖର୍ଚ୍ଚ କରିଛି । ବର୍ତ୍ତମାନ ୧୮ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ରହିଛି । ଏହି ଟଙ୍କାର ଆଜି ପର୍ଯ୍ୟନ୍ତ ଉପଯୋଗ କରାଯାଇନାହିଁ । ଏହି ସଂସ୍ଥା ଏକ ପ୍ଲାଟଫର୍ମରୁ ବିଦେଶୀ ଡୋନର୍ସଙ୍କ ଠାରୁ ୨.୧ କୋଟି ଟଙ୍କାକୁ ସଂଗ୍ରହ କରିଥିଲା । ଯାହାକି ବୈଦେଶିକ ଯୋଗଦାନ ନିୟମାବଳୀ ଆଇନ(FCRA)କୁ ଉଲ୍ଲଘଂନ କରିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.