ETV Bharat / sitara

ଇସ୍କଜାଦେ: ପରିଣୀତି-ଅର୍ଜୁନଙ୍କ ଏପର୍ଯ୍ୟନ୍ତର ଶ୍ରେଷ୍ଠ ଅଭିନୟ - ଅର୍ଜୁନ କପୁର

ସେତେବେଳେ ମାତ୍ର 16 କୋଟିର ବଜେଟରେ ନିର୍ମିତ ଫିଲ୍ମ ବିଶ୍ବବ୍ୟାପୀ 132 କୋଟି ଇନକମ କରିଥିଲା । ଏହା ଅନ୍ୟତମ ବେଷ୍ଟ ଡେବ୍ୟୁ ଫିଲ୍ମ ଥିଲା । ଅଧିକ ପଢନ୍ତୁ...

ଇସ୍କଜାଦେ: ପରିଣୀତି-ଅର୍ଜୁନଙ୍କ ଏପର୍ଯ୍ୟନ୍ତର ଶ୍ରେଷ୍ଠ ଅଭିନୟ

author img

By

Published : May 11, 2020, 5:24 PM IST

ମୁମ୍ବାଇ: 8 ବର୍ଷ ତଳେ ବଲିଉଡକୁ ମିଳିଥିଲା ଆଉ ଏକ ଷ୍ଟାର କିଡ । ଏହାସହ ଜଣେ ଷ୍ଟାରଙ୍କ ଭଉଣୀ ମଧ୍ୟ ଛାଡିଥିଲେ ନିଜ ଛାପ । 2012ରେ ରିଲିଜ ଫିଲ୍ମ ଇସ୍କଜାଦେରେ ଡେବ୍ୟୁ କରିଥିଲେ ଅର୍ଜୁନ କପୁର । ସେହିପରି ପ୍ରଥମ ଥର ଲିଡ ହିରୋଇନ ଭାବେ ଆକ୍ଟିଂ କରିଥିଲେ ପରିଣୀତି ଚୋପ୍ରା । ଫିଲ୍ମକୁ ସୋମବାର 8 ବର୍ଷ ପୁରିଛି ।

ଏନେଇ ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ଅରଜିନାଲ ଫିଲ୍ମର ସ୍କ୍ରିପ୍ଟ ସହ ନଜର ଆସିଛନ୍ତି । ଏହାସହ ଇମୋସନାଲ କ୍ୟାପସନ ଲେଖି ନିଜ ଡେବ୍ୟୁ ଫିଲ୍ମର ସଫଳତା ସେ କହିଛନ୍ତି । ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କ ସମେତ ପୁରା ଷ୍ଟାର କାଷ୍ଟକୁ ସେ ଧନ୍ୟବାଦ ଦେଇଛନ୍ତି ।

ସେତେବେଳେ ମାତ୍ର 16 କୋଟିର ବଜେଟରେ ନିର୍ମିତ ଫିଲ୍ମ ବିଶ୍ବବ୍ୟାପୀ 132 କୋଟି ଇନକମ କରିଥିଲା । ଏହା ଅନ୍ୟତମ ବେଷ୍ଟ ଡେବ୍ୟୁ ଫିଲ୍ମ ଥିଲା । ଉଭୟ ଅର୍ଜୁନ ଓ ପରିଙ୍କ କ୍ୟାରିୟରରେ ଆଜି ଯାଏଁ ଏହାକୁ ବେଷ୍ଟ ଫିଲ୍ମ ଏବଂ ଆକ୍ଟିଂ ବୋଲି ମାନନ୍ତି କ୍ରିଟିକ୍ସ ଓ ଫ୍ୟାନ୍ସ । ଫିଲ୍ମଟିର ଉତ୍ତରପ୍ରଦେଶର ବାସ୍ତବତାକୁ ଦର୍ଶାଯାଇଥିଲା । କାହାଣୀ, ଗୀତ, ସଂଳାପ ସବୁକିଛି ଦର୍ଶକଙ୍କୁ ଛୁଇଁଥିଲା । ବିଶେଷ କରି ଅର୍ଜୁନଙ୍କ ଆକ୍ଟିଂର ଅନେକ ତାରିଫ କରିଥିଲେ । ୟୁପିର ପଲିଟିକ୍ସର ନଗ୍ନ ଚିତ୍ର ଏଥିରେ ଦେଖାଇଥିଲେ ନିର୍ଦ୍ଦେଶକ । ଏହାସହ ଅନରକିଲିଂର ଖୁଲମଖୁଲା କାହାଣୀ ଏଥିରେ ଦେଖିବାକୁ ମିଳିଥିଲା ।

କିପରି ଜାତି ଓ ସମ୍ମାନ ପାଇଁ ନିଜ ଛୁଆଙ୍କୁ ବି ମାରିଦେବାକୁ ପଛେଇନଥିଲେ ରାଜନୀତି ଗୁଣ୍ଡା ତାହା ଏଥିରେ ଦର୍ଶାଯାଇଥିଲା । ଫିଲ୍ମରେ ଜୋୟା-ପରମର କାହାଣୀ ଅଧିକାଂଶ ଭାରତୀୟ ପ୍ରେମୀଙ୍କର ସତ କାହାଣୀ ବୋଲି ଦର୍ଶକ କହନ୍ତି । ଫିଲ୍ମଟି ଆଜି ଯାଏଁ ପ୍ରଶଂସକଙ୍କ ମନରେ ଜୀବନ୍ତ ହୋଇ ରହିଛି । ଅନରକିଲିଂ ନାମରେ 2 ପ୍ରେମୀ ଯୁଗଳ ଶେଷରେ ନିଜ ଜୀବନ ହାରିଥିଲେ । ସବୁଠାରୁ ବଡ କଥା ଫିଲ୍ମଟିର ସପୋର୍ଟିଂ କାଷ୍ଟ ମଧ୍ୟ ଚତ୍ମକାର ଅଭିନୟ କରିଥିଲେ । ଫଳରେ ଫିଲ୍ମଟି ସମସ୍ତଙ୍କ ଭିତରେ ଲୋକପ୍ରିୟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.