ମୁମ୍ବାଇ: ରୋମାଣ୍ଟିକ ଚଳଚ୍ଚିତ୍ର ଧଡକ ସହିତ ବଲିଉଡ ଇଣ୍ତଷ୍ଟ୍ରିରେ ଏଣ୍ଟ୍ରି କରିଥିବା ଅଭିନେତା ଇଶାନ ଖଟ୍ଟରଙ୍କୁ ଖୁବ୍ ଶୀଘ୍ର ଏକ ଓ୍ବାର ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।
ଫିଲ୍ମର ନାମ ହେଉଛି 'ପିପ୍ପା' । ଏହାର ନିର୍ଦ୍ଦେଶନା ଦେବେ 'ଏୟାରଲିଫ୍ଟ'ର ନିର୍ମାତା ରାଜା କୃଷ୍ଣ ମେନନ୍ । ଏହି ଚଳଚ୍ଚିତ୍ରରେ ଇଶାନ ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମ ବ୍ରିଗେଡିୟର୍ ବଳରାମ ସିଂ ମେହେତାଙ୍କ ପୁସ୍ତକ 'ଦି ବର୍ନିଂ ଚାଫିସ୍' ଉପରେ ଆଧାରିତ ।
'ପିପ୍ପା' ରବୀନ୍ଦ୍ର ରାନ୍ଧୱା, ତନମୟ ମୋହନ ଏବଂ ରାଜା କୃଷ୍ଣ ମେନନଙ୍କ ଦ୍ୱାରା ଲିଖିତ । ଚଳଚ୍ଚିତ୍ରର ପ୍ରଯୋଜନା ଭାର ସମ୍ଭାଳିବେ ରୋନି ସ୍କ୍ରୁଭାଲା ଏବଂ ସିଦ୍ଧାର୍ଥ ରୟ କପୁର ।
ପ୍ରକାଶ ଥାଉ କି, ଆସନ୍ତା ବର୍ଷ ଶେଷ ସୁଦ୍ଧା 'ପିପ୍ପା' ରିଲିଜ ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ