ମୁମ୍ବାଇ: ବଲିଉଡ ଅଭିନେତା ଇଶାନ ଖଟ୍ଟର ତାଙ୍କର ଆଗାମୀ ହରର କମେଡି ଫିଲ୍ମ 'ଫୋନ୍ ଭୁତ'ପାଇଁ ତାମିଲ ଭାଷା ଶିଖୁଛନ୍ତି ।
ଇଶାନ କହିଛନ୍ତି, 'ମୁଁ ଡ଼ିକ୍ସନ୍ ଶିଖୁଛି ଏବଂ ନୂଆ ଭାଷା (ତାମିଲ) ଶିଖିବା ମୋ ପାଇଁ ପ୍ରକୃତରେ ଉତ୍ସାହଜନକ' । ମୁଁ ଏହି ପ୍ରକ୍ରିୟାକୁ ଉପଭୋଗ କରୁଛି ଏବଂ ମୋର ଶ୍ରେଷ୍ଠ ସଟ ଦେବାକୁ ଚାହୁଁଛି ।
ଗୁରୁମିତ ସିଂଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଇଶାନଙ୍କୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହିତ ଦେଖିବାକୁ ମିଳିବ ।
ଫରହାନ ଅଖତର ଏବଂ ରିତେଶ ସିଦ୍ଧୱାନୀଙ୍କ ଦ୍ବାରା ନିର୍ମିତ 'ଫୋନ୍ ଭୁତ' ଚଳଚ୍ଚିତ୍ର ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ୍ ଲେଖିଛନ୍ତି ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଇଶାନ ରାଜା କୃଷ୍ଣ ମେନନଙ୍କ ଯୁଦ୍ଧ ଚଳଚ୍ଚିତ୍ର 'ପିପ୍ପା' ରେ ମଧ୍ୟ ନଜର ଆସିବେ । 'ଫୋନ୍ ଭୁତ' ର ସୁଟିଂ ଶେଷ କରିବା ପରେ ସେ 'ପିପ୍ପା' ସୁଟିଂରେ ବ୍ୟସ୍ତ ରହିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ