ମୁମ୍ବାଇ: କ୍ୟୁଟ ଅଭିନେତା ଶାହିଦ କପୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'କବୀର ସିଂ' ଏବେ ଶାନଦାର ଆୟ କରିବାରେ ଲାଗିଛି । ଫିଲ୍ମ ଏଯାବତ 134 କୋଟି ଆୟ କରିସାରିଲାଣି । ଶାହିଦ 16 ବର୍ଷ ପୂର୍ବେ ଫିଲ୍ମ 'ଇଶକ ଭିଶକ' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେବେଠାରୁ ଏଯାବତ ଶାହିଦ ପରଦାରେ ଚକଲେଟ ବଏଠୁ ନେଇ ରାଉଡି ଭୂମିକାରେ ନଜର ଆସିସାରିଛନ୍ତି ।
ନିକଟରେ ଏହି ଚର୍ଚ୍ଚା ଜୋର ଧରିଥିଲା ଯେ ଶାହିଦଙ୍କ ପ୍ରଥମ ଫିଲ୍ମ 'ଇଶକ ଭିଶକ'ର ସିକ୍ବେଲ ନିର୍ମିତ ହେବ । ଆଉ ଯେଉଁଥିରେ ନଜର ଆସିବେ ତାଙ୍କ ଭାଇ ଅର୍ଥାତ୍ ଅଭିନେତା ଈଶାନ ଖଟ୍ଟର । କିନ୍ତୁ ଏବେ ଏହି ଖବର ଉପରେ ଫୁଲଷ୍ଟପ ଲଗାଇ ଦେଇଛନ୍ତି ଈଶାନ । ଫିଲ୍ମକୁ ନେଇ ତାଙ୍କ ବୟାନ ସାମ୍ନାକୁ ଆସିଛି ।
ସେ କହିଛନ୍ତି କି ଏହା କେବଳ ଉଡା ଖବର ସେ 'ଇଶକ ଭିଶକ' ସିକ୍ବେଲ ଫିଲ୍ମରେ କାମ କରୁନାହାଁନ୍ତି । ଏହି କଥାର ଖୁଲାସା ସେ ଏକ ସାକ୍ଷାତକାରରେ କରିଥିଲେ । ସେ କହିଥିଲେ କି ଯେ ଇଶକ ଭିଶକ 2ର ରୋଲ କରିବେ ନାହିଁ ।
ଅନ୍ୟପଟେ ଇଶକ ଭିଶକ ଫିଲ୍ମରେ ପ୍ରଯୋଜକ କହିଥିଲେ କି ସେ ନିଶ୍ଚତ ରୂପେ ଏହି ଫିଲ୍ମର ସିକ୍ବେଲ ତିଆରି କରିବେ । କିନ୍ତୁ ଏଯାବତ ସେ ଫିଲ୍ମର ଷ୍ଟାର-କାଷ୍ଟକୁ ନେଇ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ।