ମୁମ୍ବାଇ: ଇରଫାନ ଖାନଙ୍କ ପୁଅ ବାବିଲ ଖାନ ତାଙ୍କ ପିତାଙ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସ୍ୱର୍ଗତ ଅଭିନେତା ତଥା ତାଙ୍କ ପିତା ଇରଫାନ ଗୁପଚୁପ ଖାଉଥିବାର ଦେଖିବାକୁ ମିଳିଛି ।
![Irrfan son Babil shares throwback video of actor relishing pani puri](https://etvbharatimages.akamaized.net/etvbharat/prod-images/7028362_irrfan.jpg)
ଶୁକ୍ରବାର ଦିନ ବାବିଲ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏହି କ୍ଷୁଦ୍ର ଭିଡିଓ କ୍ଲିପରେ, ଇରଫାନ ପାଟିରେ ପୁରା ଗୁପଚୁପ ଭର୍ତ୍ତି କରିଛନ୍ତି ଏବଂ ପୁରା ଆନନ୍ଦର ସହ ଗୁପଚୁପକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି ।
- View this post on Instagram
When you’re on diet for so long and then the shoot ends and you can have pani puri.
">
ଏହି ଭିଡିଓର କ୍ୟାପସନରେ ଲେଖାଥିଲା ଯେ, ଯେତେବେଳେ ଆପଣ ଦୀର୍ଘ ସମୟ ଧରି ଡାଏଟରେ ଥାଆନ୍ତି ଏବଂ ସୁଟିଂ ଶେଷ ହେବା ପରେ ଆପଣ ଆନନ୍ଦର ସହ ଗୁପଚୁପର ମଜା ନେଇପାରିବେ । ଇରଫାନଙ୍କ ଏହି ଭିଡିଓରେ ବର୍ତ୍ତମାନ ପର୍ଯ୍ୟନ୍ତ 1 ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି । ଏହାସହ ଏହି ଏହି ଭିଡିଓରେ ଅନେକ ଲୋକମାନେ ଇରଫାନଙ୍କ ପରିବାର ପ୍ରତି ସହାନୁଭୂତିମୂଳକ ବାର୍ତ୍ତା ମଧ୍ୟ ପଠାଉଛନ୍ତି ।
ବଲିଉଡରେ 'ପାନ ସିଂ ତୋମର, ପିକୁ,ତାଲୱାର,ଦ ଲଞ୍ଚବକ୍ସ, ମକବୁଲ ଏବଂ 7 ଖୁନ ମାଫ ଭଳି ଚଳଚ୍ଚିତ୍ରରେ ଇରଫାନ ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି । ହିନ୍ଦୀ ସିନେମାରେ ଇରଫାନଙ୍କ ନାମ ସବୁଦିନ ପାଇଁ ଅମର ହୋଇ ରହିଛି । ଇରଫାନଙ୍କଙ୍କ ନାମ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅମର ହୋଇ ରହିଛି । ସେ ଆନ୍ତର୍ଜାତୀୟ ସିନେମାକୁ ଦ ନେମସେକ, ଲାଇଫ ଅଫ ପାଏ, ଏ ମାଇଟି ହାର୍ଟ, ସଲ୍ମଡଗ ମିଲିଓନାରି, ଦ ଆମେଜିଂ ସ୍ପାଇଡର ମ୍ୟାନ, ଇନଫରର୍ନୋ ଏବଂ ଜୁରାସିକ ୱାର୍ଲ୍ଡ ଭଳି ଚମତ୍କାର ଚଳଚ୍ଚିତ୍ର ଦେଇଥିଲେ ।
ବୁଧବାର ଦିନ 54 ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଇରଫାନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ