ETV Bharat / sitara

ଇରଫାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ପତ୍ନୀଙ୍କ ଇମୋସନାଲ ନୋଟ

author img

By

Published : Apr 29, 2021, 4:00 PM IST

ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁକୁ ଆଜି ଏକ ବର୍ଷ ପୂରଣ ହୋଇଛି । ଯାହାକୁ ନେଇ ଏବେ ପତ୍ନୀ ସୁତାପା ସିକନ୍ଦର ଇମୋଶନାଲ ପୋଷ୍ଟ କରି ସମସ୍ତଙ୍କୁ ଭାବୁକ କରିଦେଇଛନ୍ତି । ଅଧିକ ପଢନ୍ତୁ...

irrfan-khan-first-death-anniversary-wife-sutapa-sikdar-shares-emotional-note-remembers-singing-song-for-him
ଇରଫାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଇମୋସନାଲ ନୋଟ ଲେଖିଲେ ପତ୍ନୀ ସୁତାପା

ନୂଆଦିଲ୍ଲୀ : ବି-ଟାଉନର ଫେମସ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁକୁ ଆଜି ଏକ ବର୍ଷ ପୂରଣ ହୋଇଛି । ଆଜି ସେ ସମସ୍ତଙ୍କ ମନରେ ସ୍ମୃତି ହୋଇ ରହିଯାଇଛନ୍ତି । ହଠାତ୍ ଦୁନିଆ ଛାଡି ଇରଫାନ ଚାଲିଯିବାକୁ ନେଇ ଆଜି ମଧ୍ୟ ତାଙ୍କ ପ୍ରଶଂସକ ବିଶ୍ବାସ କରିପାରୁନାହାଁନ୍ତି । ସେପଟେ ପୁରା ପରିବାର ସବୁ ଦିନେ ତାଙ୍କୁ ଝୁରୁଛନ୍ତି । ଏବେ ପତ୍ନୀ ସୁତାପା ସିକନ୍ଦର ଇମୋଶନାଲ ପୋଷ୍ଟ କରି ସମସ୍ତଙ୍କୁ ଭାବୁକ କରିଦେଇଛନ୍ତି ।

ସୁତାପା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ବିଶେଷ ନୋଟ୍ ଲେଖିଛନ୍ତି । ଯେଉଁଥିରେ ସେ ଖୋଲାଖୋଲି ଭାବରେ ତାଙ୍କ ହୃଦୟ କଥା କହିଛନ୍ତି । ସୁତାପା ଲେଖିଛନ୍ତି, 'ଗଭୀର ଚିନ୍ତାଧାରା ସହ ଜୀବନଯାପନ କରୁଥିବା ଲୋକଙ୍କୁ ମୃତ୍ୟୁର ଭୟ ନଥାଏ' । ଗତ ବର୍ଷ ଆଜି ରାତିରେ ମୋର ବନ୍ଧୁମାନେ ଏବଂ ମୁଁ ଆପଣଙ୍କ ପାଇଁ ଏକ ପ୍ରିୟ ଗୀତ ଗାଇଥିଲୁ । ଅନ୍ୟପକ୍ଷରେ, ହସ୍ପିଟାଲର ନର୍ସମାନେ ଆମକୁ ଏକ ଆଶ୍ଚର୍ଯ୍ୟ ଭାବରେ ଦେଖୁଥିଲେ କାରଣ ଏତେ କଷ୍ଟକର ସମୟରେ ଆମେ ମନ୍ତ୍ର ଜପ କରୁ । ତେଣୁ ସେମାନଙ୍କୁ ଏସବୁ ଅଜୀବ ଲାଗୁଥିଲା । ଦୁଇ ବର୍ଷ ଧରି ଇରଫାନଙ୍କ ପାଇଁ ସକାଳ ଏବଂ ସନ୍ଧ୍ୟା ସମାନ ପରି ଥିଲା । ଏବଂ ପରଦିନ ହିଁ ତୁମେ ଆମକୁ ଛାଡି ଚାଲିଗଲ । ଏହା ଏମିତି ଏକ ସମୟ ଥିଲା ଯେତେବେଳେ ଆମେ ସମୁଦ୍ରରେ ପହଁରୁଥିଲୁ ଏବଂ ହଠାତ ଘଣ୍ଟା ବନ୍ଦ ହୋଇଗଲା ।

ପ୍ରକାଶ ଥାଉ କି, ଇରଫାନ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମରରେ ପୀଡିତ ଥିଲେ । ଲଣ୍ଡନରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଭାରତକୁ ଫେରିଥିଲେ । ହେଲେ ହଠାତ୍ 2020 ଏପ୍ରିଲ 29ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.