ETV Bharat / sitara

20ରେ ‘ଇଂରାଜୀ ମିଡିୟମ’- ‘ରୁହ ଅଫଜା’ !

author img

By

Published : Sep 19, 2019, 7:05 PM IST

ଆସନ୍ତା ବର୍ଷ ମାର୍ଚ୍ଚ 20ରେ ରିଲିଜ ହେବ କରୀନା କପୁର ଓ ଇରଫାନ ଖାନଙ୍କ ଫିଲ୍ମ ‘ଇଂରାଜୀ ମିଡିୟମ’ । ସୂଚନା ଦେଲେ କ୍ରିଟିକ ତରଣ ଆଦର୍ଶ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରଫାନ ଖାନ

ମୁମ୍ବାଇ: ଦୀର୍ଘ ସମୟ ପରେ ପ୍ରଯୋଜକ ଦିନେଶ ବିଜାନଙ୍କ ଆଗାମୀ ଫିଲ୍ମ ‘ଇଂରାଜୀ ମିଡିୟମ’ ଜରିଆରେ ପରଦାକୁ ଫେରିବେ ଅଭିନେତା ଇରଫାନ ଖାନ । କ୍ୟାନ୍ସର ଚିକିତ୍ସା ପରେ ଇରଫାନଙ୍କ ଏହା ପ୍ରଥମ ଫିଲ୍ମ । ତାଙ୍କ ସହ ଏହି ଫିଲ୍ମରେ ବି-ଟାଉନର ବେବୋ କରୀନା କପୁର ଖାନ ମଧ୍ୟ ଭୂମିକାରେ ନଜର ଆସିବେ । ଯାହାକୁ ନେଇ ଖୁବ୍ ଉତ୍ସାହିତ ଫ୍ୟାନ୍ସ ।

ଇତିମଧ୍ୟରେ ମେକର୍ସ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଦେଇଛନ୍ତି । ଏହାର ସୂଚନା ଦର୍ଶକଙ୍କୁ ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି ।

‘ଇଂରାଜୀ ମିଡିୟମ’ ଆସନ୍ତା ବର୍ଷ ମାର୍ଚ୍ଚ 20ରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ କରୀନା ଓ ଇରଫାନଙ୍କ ସହ ଅଭିନେତ୍ରୀ ରାଧିକା ମଦାନ ମଧ୍ୟ ଦେଖାଯିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ହୋମି ଅଦାଜାନିଆ ବୋଲି ପୋଷ୍ଟରେ ଲେଖଇଛନ୍ତି ତରଣ । ଏହାସହ ତରଣ ରାଜକୁମାର ରାଓ ଓ ଜାହ୍ନବୀ କପୁରଙ୍କ ଆଗାମୀ ଫିଲ୍ମ ‘ରୁହ ଅଫଜା’ର ମଧ୍ୟ ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ 20ରେ ରିଲିଜ ହେବ ।

ପ୍ରକାଶ ଥାଉକି ଇରଫାନ କ୍ୟାନ୍ସର ଚିକିତ୍ସା ଲଣ୍ଡନରେ କରିଥିଲେ । ପୋଷ୍ଟ ଟ୍ରିଟମେଣ୍ଟ ପରେ ସେ ପୁଣି ନିଜ କାମକୁ ଫେରି ‘ଇଂରାଜୀ ମିଡିୟମ’ର ସୁଟିଂ ଆରମ୍ବ କରିଥିଲେ । 2017ରେ ଆସିଥିବା ଇରଫାନ ଓ ପାକିସ୍ତାନୀ ଅଭିନେତ୍ରୀ ସବା କାମରଙ୍କ ‘ହିନ୍ଦୀ ମିଡିୟମ’ର ଏହା ସିକ୍ବେଲ ଫିଲ୍ମ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.