ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଇଣ୍ଟରନେଟ ସେନସେସନ୍ ତଥା 'ବଚପନ୍ କା ପ୍ୟାର' ବଏ ସହଦେବ ଦିର୍ଦୋ । ଏଥର ନୂଆ ଷ୍ଟାଇଲରେ ଏହି ଗୀତକୁ ପରିବେଷଣ କରିଛନ୍ତି ସହଦେବ । ପୂର୍ବରୁ ସ୍କୁଲ ୟୁନିଫର୍ମରେ ଏହି ଗୀତକୁ ଗାଇଥିବା ବେଳେ ଏଥର ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସ୍ଥାନରେ ଠିଆ ହୋଇ ନୂଆ ଟି-ସାର୍ଟ ପିନ୍ଧି ଗାଇଛନ୍ତି ଗୀତ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସହଦେବଙ୍କୁ ନେଇ ପୁଣି ଚର୍ଚ୍ଚା ।
- " class="align-text-top noRightClick twitterSection" data="
">
ଏହି ଗୀତଟି ପ୍ରଥମେ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆରେ ଏହି ଗୀତକୁ ନେଇ ଅନେକ ରିଲ୍ସ ହେବା ସହିତ ଫେମସ ରାପର ବାଦଶାହ ମଧ୍ୟ ଏକ ଆଲବମ ସଙ୍ଗ୍ ବନାଇଥିଲେ । କିନ୍ତୁ ଏବେ ନୂଆ ରୂପରେ ପୁଣି 'ବଚପନ କା ପ୍ୟାର' ଗୀତ ଗାଇଛନ୍ତି ସହଦେବ । ଯାହାକି ପୂର୍ବ ଭିଡ଼ିଓ ପରି ହେଉଛି ଖୁବ ଭାଇରାଲ । ଛତିଶଗଡ଼ର ଅଧିବାସୀ ସହଦେବଙ୍କ ନିଜ ୨୦୧୯ ଗୀତର ରି-ଏଡିସନ ୟୁଜର୍ସଙ୍କୁ କରିଛି ମତୁଆଲା । ସହଦେବ ଫୁଲ ମୁଡ୍, ଫୁଲ ଷ୍ଟାଇଲରେ ଝରଣା ଆଗରେ ଠିଆ ହୋଇ ଗାଉଛନ୍ତି ଏହି ଭାଇରାଲ ଗୀତ ।
ଯେଉଁଥିରେ ତାଙ୍କୁ ଏକ ଟି-ସାର୍ଟ ଓ ସଟ୍ ପ୍ୟାଣ୍ଟରେ ଦେଖିବାକୁ ମିଳିଛି । ଗୀତ ଗାଇବା ସହିତ ଠୁମକା ମାରୁଛନ୍ତି ମଧ୍ୟ ସେ । ସହଦେବଙ୍କ ଏହି ନୂଆ ଅବତାରକୁ ଖୁବ ପସନ୍ଦ କରୁଛନ୍ତି ସୋସିଆଲ ମିଡ଼ିଆ ୟୁଜର୍ସ । ଏହି ଭିଡ଼ିଓ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯେ,'ଭାଇ ତେରି ଜାନେମନ ତେରା ପ୍ୟାର ନେହି ଭୁଲେଗା..ଔର ଅବ ତୋ ବିଲକୁଲ ନେହିଁ ଭୁଲେଗା' । ସେପଟେ ଅନ୍ୟ ଜଣେ ଲେଖିଛନ୍ତି 'ବିଗ୍ ଫ୍ୟାନ୍' । ଏହା ସହିତ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି ଅନେକ ୟୁଜର୍ସ ।
ଚଳିତ ବର୍ଷ ଜୁଲାଇ ମାସରେ ଏହି ଗୀତଟି ଖୁବ ଭାଇରାଲ ହୋଇଥିଲା । ବଲିଉଡ଼ ରାପର ବାଦଶାହ ଭାଇରାଲ ବଏ ସହଦେବଙ୍କ ସହିତ 'ବଚପନ କା ପ୍ୟାର' ଗୀତକୁ ନେଇ ରିମିକ୍ସ କଲା ପରେ ସହଦେବ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏହାପରେ ସହଦେବଙ୍କ ୨୦୧୯ର ଅରିଜିନାଲ ଭିଡିଓ ଭାଇରାଲ ହେବାରେ ଲାଗିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ