ETV Bharat / sitara

ଯୋଗ କଲେ ମା', ଗର୍ବିତ ହେଲେ ଖିଲାଡି

ଯୋଗ ଦିବସରେ ଯୋଗ ଆସନ କରି ଅକ୍ଷୟଙ୍କ ମା' ଏହା ସାବ୍ୟସ୍ତ କରିଦେଇଛନ୍ତି ଯେ ବୟସ କେବଳ ସଂଖ୍ୟା ବୋଲି । ମା' ଯୋଗ ଆସନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅକ୍ଷୟ ।

author img

By

Published : Jun 21, 2019, 4:55 PM IST

ଡିଜାଇନ ଫଟୋ

ମୁମ୍ବାଇ: ଆଜି ସମଗ୍ର ବିଶ୍ବ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିଛି । ଏହି ଅବସରରୁ ବାଦ ପଡିନାହାଁନ୍ତି ବି-ଟାଉନ ସେଲିବ୍ରିଟିଜ । ଯେଉଁଠାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଠାରୁ ନେଇ ଅନୁପମ ଖେର ପର୍ଯ୍ୟନ୍ତ ଯୋଗ ଆସନ କରି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେଠାରେ ବି-ଟାଉନର ଖିଲାଡି ଅକ୍ଷୟ କୁମାର ମା'ଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

photo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଅକ୍ଷୟ କୁମାର

ସୋସିଆଲ ମିଡିଆରୁ ନେଇ ଆଜି ସବୁ ସ୍ଥାନରେ ଯୋଗର ଧୁମ ଦେଖିବାକୁ ମିଳୁଛି । ଆଉ ଏମିତିରେ ଫିଟନେସ କିଙ୍ଗ ଅକ୍ଷୟ ଅବା କିପରି ପଛରେ ରହିଥାଆନ୍ତେ । କିନ୍ତୁ ଏଥର ବଲିଉଡ ଷ୍ଟାର୍ସଙ୍କ ମଧ୍ୟରେ ଅକ୍ଷୟଙ୍କ ମା' ଅରୁଣା ଭାଟ୍ଟିୟା ବାଜି ମାରିନେଇଛନ୍ତି ।

ଅକ୍ଷୟ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ଦେଖି ସବୁ ପୁଅ ଇମୋଶନାଲ ହୋଇଯିବେ । ଟ୍ବିଟର ଆକାଉଣ୍ଟରେ ଅକ୍ଷୟ ମା'ଙ୍କ ଏକ ଫଟୋ ସେୟାର କରି ଜଣାଇଛନ୍ତି କି ସେ ଏବେ ବି ସୁପରଷ୍ଟାର ଅଛନ୍ତି ।

ଫଟୋରେ ଅରୁଣା ଯୋଗ ଆସନରେ ବସିଥିବାର ଦେଖାଯାଉଛନ୍ତି । ଏହାକୁ ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଛନ୍ତି, "ମୁଁ କିଛି ଏମିତି ସେୟାର କରୁଛି, ଯାହା ଉପରେ ମୁଁ ଗର୍ବିତ । 75 ବର୍ଷ ବୟସରେ ଆଣ୍ଠୁ ସର୍ଜରୀ କରିବା ପରେ ମୋ ମା' ଯୋଗ କରିବା ଆରମ୍ଭ କରିଥିଲେ ଏବଂ ଯୋଗ ଏବେ ତାଙ୍କ ନିତିଦିନର ଅଂଶ ହୋଇସାରିଲାଣି । ସେ ଦିନକୁ ଦିନ ସୁସ୍ଥ ହେବାରେ ଲାଗିଛନ୍ତି ।"

Intro:Body:

asda

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.