ETV Bharat / sitara

ବାଜିବ ସାଇଲିଙ୍କ ସାହାନାଇ, ସରିଲା ନିର୍ବନ୍ଧ

author img

By

Published : Feb 15, 2022, 8:36 AM IST

ଖୁବଶୀଘ୍ର ବାଜିବାକୁ ଯାଉଛି ସିଙ୍ଗିଙ୍ଗ ରିଆରିଟି ସୋ ଇଣ୍ଡିଆନ ଆଇଡଲର ଫାଇନାଲରେ ପହଞ୍ଚିଥିବା ସାଇଲି କାମ୍ବେଲଙ୍କ ସାହାନାଇ । ନିକଟରେ ବୟଫ୍ରେଣ୍ଡ ଧୱାଲଙ୍କ ସହ ନିର୍ବନ୍ଧ ଶେଷ ହୋଇଛି । ଅଧିକ ପଢନ୍ତୁ

ସାଇଲି କାମ୍ବେଲଙ୍କ ସରିଲା ନିର୍ବନ୍ଧ
ସାଇଲି କାମ୍ବେଲଙ୍କ ସରିଲା ନିର୍ବନ୍ଧ

ମୁମ୍ବାଇ: ଚାଲିଛି ବିବାହ ଋତୁ । ହାତକୁ ଦୁଇ ହାତ ହେଉଛନ୍ତି ଅନେକ ସେଲିବ୍ରଟି । ଖୁବଶୀଘ୍ର ବାଜିବାକୁ ଯାଉଛି ସିଙ୍ଗିଙ୍ଗ ରିଆରିଟି ସୋ ଇଣ୍ଡିଆନ ଆଇଡଲର ଫାଇନାଲରେ ପହଞ୍ଚିଥିବା ସାଇଲି କାମ୍ବେଲଙ୍କ ସାହାନାଇ । ନିକଟରେ ବୟଫ୍ରେଣ୍ଡ ଧୱାଲଙ୍କ ସହ ନିର୍ବନ୍ଧ ଶେଷ ହୋଇଛି । ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଇଲି ।

ନିର୍ବନ୍ଧର ସମସ୍ତ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସାଇଲି । ନିର୍ବନ୍ଧ କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ ପ୍ରତିଯୋଗୀ ନିହାଲ ତଉର, ନଚିକେତ ଲେଲେ ଓ ଅଞ୍ଜଲି ଗାଏକ୍ବାଡ ଯୋଗ ଦେଇଥିଲେ । ଇଣ୍ଡିଆନ ଆଇଡଲ ସିଜିନ ୧୨ରେ ଟପ ୫ରେ ପହଞ୍ଚିଥିଲେ ସାଇଲି । ଏହାପରେ ୨୦୨୧ ଅଗଷ୍ଟ ୧୫ ଶେଷ ହୋଇଥିବା ସିଜିନରେ ସେ ତୃତୀୟ ସ୍ଥାନରେ ରହିଥିଲେ । ପରେ ପରେ ଧାୱଲଙ୍କ ପ୍ରେମରେ ପଡିଥିଲେ ସାଇଲି । ପରସ୍ପରକୁ ଜୀବନସାଥୀ କରିବା ପାଇଁ ସ୍ଥିର କରିଥିଲେ ।

ନିର୍ବନ୍ଧ ପରେ ଧୱାଲ ମଧ୍ୟ ଫଟୋ ପୋଷ୍ଟ କରିଥିଲେ । କ୍ୟାପ୍ସନରେ ଲେଖିଥିଲେ ମୁଁ ତୁମ ସହିତ ହସିବା ପାଇଁ, ତୁମେ ଦୁଃଖରେ ତୁମ ସାଥୀ ହେବା ପାଇଁ ଏବଂ ଜୀବନରେ ଆମର ସମସ୍ତ କାର୍ଯ୍ୟ ମାଧ୍ୟମରେ ତୁମକୁ ବିନା ସର୍ତ୍ତରେ ଭଲ ପାଇବା ପାଇଁ ମୁଁ ସବୁଦିନ ରହିବି | ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ତୁମକୁ ଭଲପାଇବି ବୋଲି ଲେଖିଥିଲେ ଧାୱଲ ।

ଇଣ୍ଡିଆନ ଆଇଡଲରେ ଭାଗ ନେବା ପରେ ସାଇଲି ଏକ ଚର୍ଚ୍ଚିତ ଚେହେରା ପାଲଟିଥିଲେ । ତାଙ୍କ ସୁମଧରୁ ସ୍ବରରେ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି ଅନେକ ଗୀତ । ଶାସ୍ତ୍ରୀୟ ସଙ୍ଗୀତରେ ସାଇଲି ଜଣେ ଦକ୍ଷ ଗାୟକ । ଇଣ୍ଡିଆନ ଆଇଡଲ ବ୍ୟତୀତ ସେ ଅମୁଲ ଭଏସ ଅଫ୍ ଇଣ୍ଡିଆ, ମମ୍ମି କା ସୁପରଷ୍ଟାର ଓ ଗୌରବ ମହାରାଷ୍ଟ୍ରରେ ଭାଗ ନେଇଛନ୍ତି । ନିର୍ବନ୍ଧ ସାରିବା ପରେ ସାଇଲିଙ୍କୁ ଫ୍ୟାନ୍ସଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.