ETV Bharat / sitara

ଏକାଠି ହେବେ ଇମରାନ-ଅବନ୍ତିକା

author img

By

Published : Apr 18, 2020, 12:25 PM IST

ଗତ ବର୍ଷଠୁ ଅଭିନେତା ଇମରାନ ଖାନ ଓ ତାଙ୍କ ପତ୍ନୀ ଅବନ୍ତିକାଙ୍କ ସମ୍ପର୍କରେ ଫାଟ ଦେଖାଦେଇଥିଲା । ହେଲେ ଏବେ ଅବନ୍ତିକା ନିଜ ବୈବାହିକ ଜୀବନକୁ ଆଉଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

_imran khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇମରାନ ଖାନ

ମୁମ୍ବାଇ: ଅଭିନେତା ଇମରାନ ଖାନ ଏବେ ଫିଲ୍ମଠୁ ଦୂରେ ଅଛନ୍ତି। ହେଲେ ଦୀର୍ଘ ସମୟରୁ ତାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇମରାନ ଓ ତାଙ୍କ ପତ୍ନୀ ଅବନ୍ତିକା ମଲ୍ଲିକ ଅଲଗା ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଅବନ୍ତିକାଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପୋଷ୍ଟରୁ ସ୍ପଷ୍ଟ ହୋଇଥିଲା ଯେ ଦୁଇଜଣଙ୍କ ବୈବାହିତ ଜୀବନ ଠିକ୍ ଚାଲୁନାହିଁ । ଆଉ ଯାହାଦ୍ବାରା ଦୁଇଜଣ ପରସ୍ପରଠୁ ଅଲଗା ହୋଇଯାଇଛନ୍ତି।

ଖାଲି ଏତିକି ନୁହେଁ ଦୁଇଜଣଙ୍କ ଛାଡପତ୍ର ଖବର ମଧ୍ୟ ନିଆଁ ପରି ବ୍ୟାପିଯାଇଥିଲା । ହେଲେ ଫ୍ୟାନ୍ସଙ୍କୁ ଇତିମଧ୍ୟରେ ମିଳିଛି ଗୁଡନ୍ୟୁଜ। କାରଣ ଏକାଠି ହେବାକୁ ଯାଉଛନ୍ତି ଏହି ଯୋଡି। ଏବେ ଏମିତି ଏକ ପୋଷ୍ଟ ସେ ସୋସିଆଲ ମିଡିଆରେ କରିଛନ୍ତି। ଯେଉଁଥିରେ ସମସ୍ତଙ୍କୁ ହିଣ୍ଟ ମିଳୁଛି ଯେ ସେ ନିଜ ସମ୍ପର୍କକୁ ଆଉଥରେ ସୁଯୋଗ ଦେବାକୁ ଚାହୁଁଛନ୍ତି।

ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ଅବନ୍ତିକା ଝିଅ ଇମାରାଙ୍କୁ କିସ୍ କରୁଥିବାର ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ପ୍ରେମ ସହ ରହିବାକୁ ନିଷ୍ପତ୍ତି ନେଇଛି। ଅଧିକ ଦିନ ଘୃଣାକୁ ସହ୍ୟ କରିହେବ ନାହିଁ । ମାର୍ଟିନ ଲୁଥର ଜୁନିୟରଙ୍କ ଲେଖା ଅନୁଯାୟୀ, ଯେବେ ମତେ ଦୁନିଆରେ ବିଶ୍ବାସ କରିବାକୁ କିଛି ଦରକାର ଥିଲା । ତେବେ ବ୍ରହ୍ମାଣ୍ଡ ମତେ ହିଣ୍ଟ ଦେଇଥିଲା । ଯାଦୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.