ETV Bharat / sitara

ନୂଆ ଗୀତରେ ନିଜ କାହାଣୀ ଲେଖିଲେ ବାଦଶାହ

author img

By

Published : May 13, 2020, 6:33 PM IST

ପ୍ରଥମ ଥର ପାଇଁ କୌଣସି ପ୍ରମୋସନ ବିନା ଗୀତ ରିଲିଜ କରିଛନ୍ତି ରାପର ବାଦଶାହ । କିଛି ବି ଆଗୁଆ ସୂଚନା ନଦେଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତ ଛାଡିଛନ୍ତି । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ..

ନୂଆ ଗୀତରେ ନିଜ କାହାଣୀ ଲେଖିଲେ ବାଦଶାହ
ନୂଆ ଗୀତରେ ନିଜ କାହାଣୀ ଲେଖିଲେ ବାଦଶାହ

ମୁମ୍ବାଇ: ପ୍ରଥମ ଥର ପାଇଁ କୌଣସି ପ୍ରମୋସନ ବିନା ଗୀତ ରିଲିଜ କରିଛନ୍ତି ରାପର ବାଦଶାହ । କିଛି ବି ଆଗୁଆ ସୂଚନା ନଦେଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତ ଛାଡିଛନ୍ତି । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ଫ୍ୟାନ୍ସ ।

  • " class="align-text-top noRightClick twitterSection" data="">

ତେବେ ଗୀତର ନାମ ରହିଛି ଇଲଜାମ ଏବଂ ଏହାକୁ ବାଦଶାହ ନିଜେ ଲେଖିଛନ୍ତି । ଲକଡାଉନରେ ସେ ଏହି ଗୀତ ଲେଖିଛନ୍ତି ଏବଂ ଏହା ତାଙ୍କ ନିଜ କାହାଣୀ ବୋଲି ଜଣାପଡିଛି । ଏଥିରେ ସେ ଏକ ରୁମର କୋଣରେ ବସି କିଛି ଲେଖୁଥିବା ଦେଖାଯାଇଛି । ଗୀତରେ ତାଙ୍କ ଜୀବନର କିଛି ଦୃଶ୍ୟକୁ ମଧ୍ୟ ସ୍ଥାନ ଦିଆଯାଇଛି । ତେବେ ଗୀତରେ ସେ ନିଜ ଟ୍ରୋଲର୍ସଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି ।

ଇଲଜାମ ଅର୍ଥ ଦୋଷ ଏବଂ ବାଦଶାହା ଅନେକ ସମୟରେ ନିଜ ଗୀତ ରିମିକ୍ସକୁ ନେଇ ଅସୁବିଧାରେ ପଡିଥାନ୍ତି । ଲୋକପ୍ରିୟ ହେଲେ ମଧ୍ୟ କିଛି ଗୀତ କପି ହୋଇଥାଏ ବୋଲି ଅଭିଯୋଗ ଆସିଥାଏ । ନିକଟରେ ଗେଣ୍ଡଫୁଲ ଗୀତରେ ବଙ୍ଗଳାର ସ୍ଥାନୀୟ କଳାକାରଙ୍କ ବିନା ଅନୁମତିରେ ତାଙ୍କ ଲାଇନ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ତାଙ୍କ ଗୀତରେ ଅଧିକ ସାଉଣ୍ଡ ରହିଥାଏ ବୋଲି କ୍ରିଟିକ୍ସମାନେ ସମାଲୋଚନା କରନ୍ତି ।

ତେବେ ଇଲଜାମରେ ତାଙ୍କ କ୍ୟାରିୟରର ସବୁଠୁ କଷ୍ଟକର ଗୀତ ବୋଲି ବାଦଶାହା କହିଛନ୍ତି । ଏଥିପାଇଁ ସେ ଅନେକ ପରିଶ୍ରମ କରିଛନ୍ତି ଏବଂ ବହୁତ ଭାବିଚିନ୍ତି ଏହା ଲେଖିଛନ୍ତି । ଗୀତର ଆରମ୍ଭରେ ରହିଛି କାଲି ଯାଏଁ ସମସ୍ତଙ୍କର ପ୍ୟାରା ଥିଲି ଆଜି ଚୋର ବନିଗଲି । ଗାନା ହିଟ୍ କିନ୍ତୁ ଏମାନଙ୍କ ପାଇଁ ଶବ୍ଦ ପାଲଟିଗଲି । ଏଥିରେ ସେ ନିଜ ଜୀବନର ଫାଣ୍ଟାସି, ଇଚ୍ଛା, ଲକ୍ଷ୍ୟ, ସ୍ବୀକାରୋକ୍ତି, ଭୁଲ ସବୁକିଛି ବର୍ଣ୍ଣନା କରିଛନ୍ତି । ଗୋଟିଏ ଜିନିଷ ଯ।ହା ଏଥିରେ ନାହିଁ ତାହା ହେଉଛି ମିଛ ବୋଲି ବାଦଶାହ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.