ETV Bharat / sitara

International Film Festival of India: ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର କାଲିର ଅତୀତ - kalira atita

ଆଜି(ଶନିବାର) ଠାରୁ ଆରମ୍ଭ ହେବ ୫୨ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(IFFI) କାର୍ଯ୍ୟକ୍ରମ । ସ୍ଥାନ ପାଇଛି ଓଡିଆ ଚଳଚ୍ଚିତ୍ର 'କାଲିର ଅତୀତ' । ଅଧିକ ପଢନ୍ତୁ

ଆଜିଠୁ ଆରମ୍ଭ IFFI ଆୱାର୍ଡ: ପ୍ରଦର୍ଶିତ ହେବ ଓଡିଆ ଚଳଚ୍ଚିତ୍ର କାଲିର ଅତୀତ

author img

By

Published : Nov 20, 2021, 1:01 PM IST

ପାନାଜି: ଆଜି(ଶନିବାର) ଠାରୁ ଆରମ୍ଭ ହେବ ୫୨ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(IFFI) କାର୍ଯ୍ୟକ୍ରମ । ଗୋଆର ପାନାଜିରେ ଏହି କାର୍ଯ୍ୟକମର ଆୟୋଜନ କରାଯାଇଛି । କୋଭିଡ କଟକଣା ପରେ ପ୍ରଥମ କରି ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏଥିରେ ୯୫ ଦେଶର ୬୨୪ ଟି ଫିଲ୍ମ ସ୍ଥାନ ପାଇଛି । ସୂଚନା ଓ ପ୍ରସାରଣ ବିଭାଗ ଅଧୀନରେ ଗୋଆ ସରକାର ଏବଂ ଫିଲ୍ମ ଫେଷ୍ଟିଭାଲ ମିଳିତ ଭାବେ ଏହି କାର୍ଯ୍ୟକମର ଆୟୋଜନ କରିଛନ୍ତି । କୋଭିଡର ସମସ୍ତ ଗାଇଡଲାଇନ ଅନୁସାରେ ଏବଂ ହାଇବ୍ରିଡ ଫର୍ମାଟରେ ଅନୁଷ୍ଠିତ ହେବ ।

ଭାରତୀୟ ପନୋରାମା 2021ର ଓପନିଂ ଫିଚର ଫିଲ୍ମ ସେମଖୋର ନିର୍ଦ୍ଦେଶିତ ଏମି ବରୁହା ଡିମାସା (ଆସାମର ଏକ ଉପଭାଷା)ରେ ନିର୍ମିତ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର, ଯାହା IFFIରେ ପ୍ରଦର୍ଶିତ ହେବ । ଏଥିରେ ୪ଟି କ୍ରୀଡା ଉପରେ ଆଧାରିତ ଚଳଚ୍ଚିତ୍ର ମଧ୍ୟ ସ୍ଥାନ ପାଇବ ।

କାର୍ଯ୍ୟକ୍ରମର ଆରମ୍ଭରେ ବର୍ଷିୟାନ ଦିବଂଗତ ଅଭିନେତା ଦିଲୀପ କିମାର, ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତା, ସୁମିତ୍ରା ଭାବେ, ଅଭିନେତ୍ରୀ ସୁରେଖା ସିକ୍ରି, ଅଭିନେତା ସଞ୍ଚାରୀ ବିଜୟ ଏବଂ କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।

ଆଜାଦୀ କା ଅମୃତ ମହୋତ୍ସବ (Azadi Ka Amrit Mahotsav) ଚାଲୁଥିବା ଉତ୍ସବର ଅଂଶ ଭାବରେ ପ୍ରାୟ 18 ଟି ସ୍ବତନ୍ତ୍ର କ୍ୟୁରେଟେଡ୍ ଚଳଚ୍ଚିତ୍ର ଉପସ୍ଥାପିତ ହେବ । ଇରାନ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ଅନ୍ତର୍ଜାତୀୟ ଜୁରିର ଅଧ୍ୟକ୍ଷତା କରିବେ ବୋଲି ଫେଷ୍ଟିଭାଲ୍ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଏହି ମହୋତ୍ସବରେ ଆମାଜନ୍ ପ୍ରାଇମ୍ ଭିଡିଓର ନୁଶରତ ଭରୁଚାର ଛୋରିର ସ୍ୱତନ୍ତ୍ର ୱାର୍ଲ୍ଡ ପ୍ରିମିୟର୍ ମଧ୍ୟ ପ୍ରଦର୍ଶିତ ହେବ । ୧୯୫୨ ରେ ଆରମ୍ଭ ହୋଇଥିବା ଏହା ଏସିଆର ସର୍ବ ବୃହତ୍ତ ଫିଲ୍ମ ଫେଷ୍ଟିଭାଲ । ଯେଉଁଠାରେ ବିଭିନ୍ନ ଦେଶର କାହାଣୀ, ପ୍ରତିଷ୍ଠିତ ବ୍ୟକ୍ତି ଏବଂ ନୂଆ ଚେହେରାଙ୍କୁ ଏକାଠି କରେ ।

ତେବେ ଏହି କାର୍ଯ୍ୟକ୍ରମରେ ଓଡିଆ ଚଳଚ୍ଚିତ୍ର 'କାଲିର ଅତୀତ' ପ୍ରଦର୍ଶିତ ହେବ ଏବଂ ଏହାର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କୁ ସମ୍ମାନିତ କରାଯିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.