ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ବିହାର ପୋଲିସର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଏକ ମନ୍ତବ୍ୟ ଦେଇଛନ୍ତି ।
ଗୁପ୍ତେଶ୍ୱର କହିଛନ୍ତି, ଯେଉଁମାନେ ନିଜକୁ ଦୋଷୀ ବେଲି ଭାବୁ ନାହାଁନ୍ତି ସେମାନେ ସାମ୍ମନାକୁ ଆସନ୍ତୁ । ସେମାନେ ପୋଲିସ ସହିତ ଲୁଚକାଳି କାହିଁକି ଖେଳୁଛନ୍ତି ? ଯଦି ତୁମେ କିଛି କରିନାହଁ ଭାବୁଛ, ତାହାଲେ ଭୟ କଣ ପାଇଁ କରୁଛ ?
ସୁଶାନ୍ତଙ୍କ ମାମଲାରେ ମୁମ୍ବାଇ ପୋଲିସ ତଦନ୍ତ କରୁ କିମ୍ବା ବିହାର ପୋଲିସ ତଦନ୍ତ କରୁ, ଯଦି ତୁମେ କିଛି କରିନାହଁ, ସାମ୍ନାକୁ ଆସ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁଶାନ୍ତଙ୍କ ମାମଲାରେ ରିୟା ଲୁଚକାଳି ଖେଳ ବନ୍ଦ କରି ସାମ୍ନାକୁ ଆସି ଏହାର ସମାଧାନ କରିବାରେ ଆମକୁ ସାହାଯ୍ୟ କରିବା ଉଚିତ ।
ପ୍ରକାଶ ଥାଉ କି, ଏହା ପୂର୍ବରୁ ଗୁପ୍ତେଶ୍ୱର ତାଙ୍କ ଟ୍ୱିଟରେ ଲେଖିଥଲେ, ଏହି ମାମଲାରେ ଆମେ ସୁଶାନ୍ତଙ୍କୁ ନ୍ୟାୟ ଦେବୁ । ଯେପର୍ଯ୍ୟନ୍ତ ଅପରାଧିକୁ ଦଣ୍ଡ ନ ମିଳିଛି ସେପର୍ଯ୍ୟନ୍ତ ଆମେ ଲଢିବୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ