ମୁମ୍ବାଇ: ମଙ୍ଗଳବାର ଦିନ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଭେଟେରାନ ଗାୟକ କିଶୋର କୁମାରଙ୍କର 91 ତମ ଜନ୍ମଦିନରେ ତାଙ୍କୁ ମନେ ପକାଇଛନ୍ତି ।
ଆୟୁଷ୍ମାନ କହିଛନ୍ତି, ମୁଁ ତାଙ୍କର ଜଣେ ବହୁତ ବଡ଼ ପ୍ରଶଂସକ ।
- " class="align-text-top noRightClick twitterSection" data="
">
ଆୟୁଷ୍ମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ସେ 1972 ଚଳଚ୍ଚିତ୍ର 'ମେରେ ଜୀବନ୍ ସାଥି' ରୁ 'ଏ ମେରେ ଦିଲ୍ କି ଚେନ୍ 'ଗୀତ ଗାଉଥିବାର ନଜର ଆସିଛନ୍ତି ।
ଆୟୁଷ୍ମାନ କହିଛନ୍ତି, ମୁଁ କିଶୋର କୁମାରଙ୍କ ଜଣେ ବହୁତ ବଡ ପ୍ରଶଂସକ ଏବଂ ଏହି ଗୀତ ମତେ ବହୁତ ପସନ୍ଦ । ମୁଁ ପ୍ରତିଦିନ ଏହି ଗୀତକୁ ଶୁଣିଥାଏ । କିଶୋରଙ୍କର ସ୍ୱରରେ ଏକ ଯାଦୁ ଥିଲା । ଭାବପୂର୍ଣ୍ଣ ସଂଗୀତ ହେଉ କିମ୍ବା ଦୁଖଦାୟକ ସଙ୍ଗୀତ ହେଉ ସେ ସମସ୍ତ ପ୍ରକାରର ଗୀତ ଗାଇ ପାରନ୍ତି ।
'ବାଲା' ଅଭିନେତା କିଛି ବର୍ଷ ପୂର୍ବେ ନିଜ ଇନଷ୍ଟାଗ୍ରାମରେ ରେକର୍ଡ ହୋଇଥିବା ଏକ ଭିଡିଓ ସେୟାର କରିଥିଲେ ।
ଏହି ଭିଡିଓଟି ହେଉଛି, ଯେତେବେଳେ ଆୟୁଷ୍ମାନ ପୋଲାଣ୍ଡରେ ଅନ୍ଧାଦୁନ୍ ଫିଲ୍ମର ସୁଟିଂ କରୁଥିଲେ । ଭିଡିଓଟିରେ ଆୟୁଷ୍ମାନ କିଶୋରଙ୍କ 'ଏ ମେରେ ଦିଲ୍ କି ଚେନ୍ ' ଗୀତ ଗାଉଛନ୍ତି । ଭିଡିଓରେ ଆୟୁଷ୍ମାନଙ୍କ ସହ ମିଶି ଅକ୍ଷୟ ବର୍ମା ପିଆନୋ ବଜାଉଛନ୍ତି ।
ଆୟୁଷ୍ମାନ ଭିଡିଓ ସହିତ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା କିଶୋର ଦା । ଏହି ଭିଡିଓ ଜୁଲାଇ 2018 ରେ ପୋଲାଣ୍ଡରେ ଅନ୍ଧାଦୁନ୍ ଫିଲ୍ମର ସୁଟିଂ ସମୟରେ କରିଥିଲୁ ।
ଆୟୁଷ୍ମାନଙ୍କୁ ଶେଷଥର ପାଇଁ ଅମିତାଭ ବଚ୍ଚନଙ୍କ ସହ 'ଗୁଲାବୋ ସିତାବୋ'ରେ ନଜର ଆସିଥିଲେ । ଯେଉଁଥିରେ ଉଭୟ କଳାକାରଙ୍କ ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।
ପରବର୍ତ୍ତୀ ସମୟରେ, ଆୟୁଷ୍ମାନ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ରରେ ସେ ଜଣେ ଆଥଲେଟ୍ ଭାବେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଅକ୍ଟୋବରରେ ଫିଲ୍ମର ସୁଟିଂ ଆରମ୍ଭ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ