ହାଇଦ୍ରାବାଦ: ବଲିଉଡ ସୁପରହିରୋ ହ୍ରିତିକ୍ ରୋଶନ ଏବେ ଚର୍ଚ୍ଚାରେ। କୌଣସି ଫିଲ୍ମ ପାଇଁ ନୁହେଁ ବରଂ କଥିତ ଗର୍ଲଫ୍ରେଣ୍ଡ ସବା ଆଜାଦଙ୍କ ପାଇଁ ଚର୍ଚ୍ଚାରେ ସେ । ହ୍ରିତିକ୍ ରୋଶନ ଏବଂ ସବା ଆଜାଦଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବା ପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ହ୍ରିତିକ ଏବଂ ସବାଙ୍କ ଡେଟିଂ ଖବର ତୀବ୍ରଗତିରେ ବ୍ୟାପିଗଲା । ଏହା ପରେ ଯେତେବେଳେ ହ୍ରିତିକଙ୍କ ପରିବାର ଫଟୋରେ ସବାଙ୍କୁ ଦେଖାଗଲା, ପ୍ରଶଂସକଙ୍କ ସନ୍ଦେହ ଧୀରେ ଧୀରେ ବିଶ୍ବାସରେ ପରିଣତ ହେବାକୁ ଲାଗିଲା ।
ଏବେ ସବା ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ସେ ଅସୁସ୍ଥ ଅଛନ୍ତି ଏବଂ ଖାଦ୍ୟ ଫଟୋ ମଧ୍ୟ ସେୟାର କରିଛନ୍ତି, ଏହି ଖାଦ୍ୟ ଅଭିନେତା ହ୍ରିତିକଙ୍କ ଘରୁ ଆସିଛି। ସବାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ହ୍ରିତିକଙ୍କ ପରିବାର ତାଙ୍କ ପାଇଁ ଖାଦ୍ୟ ପଠାଇଛନ୍ତି। ଯାହା ଅଭିନେତ୍ରୀଙ୍କୁ ବହୁତ ଖୁସି କରିଥିଲା । ସାବା ଆଜାଦ ତାଙ୍କ ଇନଷ୍ଟୋ ଷ୍ଟୋରୀରେ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଯେତେବେଳେ ଆପଣ ଅସୁସ୍ଥ ଥିବେ, କିନ୍ତୁ ଆପଣଙ୍କ ପାଖରେ ସବୁଠୁ ବେଷ୍ଟ ଲୋକ ଥିବେ, ଯିଏ ଆପଣଙ୍କୁ ଖାଦ୍ୟ ଖୁଆଇ ଦେଉଥିବ ।
ଏହା ପରେ ସେ କଞ୍ଚନ ରୋଶନ, ପଶ୍ମିନା ରୋଶନଙ୍କୁ ଟ୍ୟାଗ କରିଛନ୍ତି । ହାତ ମିଳାଇ ଏକ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।
ଏହା ବି ପଢନ୍ତୁ: ହ୍ରିତିକଙ୍କ ପରିବାର ସହ ନଜର ଆସିଲେ ରୁମର ଗର୍ଲଫ୍ରେଣ୍ଡ ସବା
ସୂଚନାଯୋଗ୍ୟ ଯେ, ନିକଟରେ ହ୍ରିତିକଙ୍କ ଘରେ ସବାଙ୍କୁ ଦେଖିବାକୁ ମିଳିଥିଲା । ସବା ହ୍ରିତିକଙ୍କ ପରିବାର ସହ ତାଙ୍କ ଘରେ ମଧ୍ୟାହ୍ନ ଭୋଜନରେ ଉପସ୍ଥିତ ହୋଇଥିଲେ। ହ୍ରିତିକଙ୍କ ଦାଦା ସୋସିଆଲ ମିଡିଆରେ ପାରିବାରିକ ମଧ୍ୟାହ୍ନ ଭୋଜନର ଫଟୋ ସେୟାର କରିଥିଲେ, ଯେଉଁଥିରେ ସବା ଆଜାଦ ମଧ୍ୟ ଉପସ୍ଥିତ ଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ