ମୁମ୍ବାଇ: ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଇନଶାଲ୍ହା’ ଆଜିକାଲି ଖୁବ୍ ଚର୍ଚ୍ଚାରେ । କାରଣ ପ୍ରଥମେ ଏହି ଫିଲ୍ମରେ ସଲମାନ ଖାନ ଓ ଆଲିୟା ଭଟ୍ଟ ଅଭିନୟ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ସଲମାନ ଏହି ପ୍ରୋଜେକ୍ଟରୁ ହାତ କାଢି ନେଇଥିଲେ । ପରେ ସଞ୍ଜୟ ଅଧିକାରୀକ ରୂପେ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ଫିଲ୍ମ ନିର୍ମାଣ କରିବେ ନାହିଁ । କିନ୍ତୁ ଏବେ ପୁଣିଥରେ ‘ଇନଶାଲ୍ହା’ ଚର୍ଚ୍ଚାରେ ।
ଏଥର ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମରେ ସଲମାନଙ୍କ ସ୍ଥାନରେ ସୁପରଷ୍ଟାର ହ୍ରିତିକ ରୋଶନ ନଜର ଆସିପାରନ୍ତି । ତେବେ ଆଲିୟାଙ୍କୁ ରିପ୍ଲେସ କରାଯିବ ନାହିଁ । ପ୍ରକାଶ ଥାଉକି ନିକଟରେ ହ୍ରିତିକ, ସଞ୍ଜୟଙ୍କ ସହ ସାକ୍ଷାତ କରିଥିଲେ । ଯାହା ପରଠାରୁ ‘ଇନଶାଲ୍ହା’ରେ ତାଙ୍କ ସାମିଲ ହେବା ଖବର ଜୋର ଧରିଛି । କିନ୍ତୁ ଏଯାବତ ମେକର୍ସଙ୍କ ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ । ‘ଇନଶାଲ୍ହା’ରେ କେଉଁ ଅଭିନେତା ଆଲିୟାଙ୍କ ସହ ରୋମାନ୍ସ କରିବେ ତାହା ଦେଖିବା ପାଇଁ ଦର୍ଶକଙ୍କୁ ଅପେକ୍ଷା କରିବାକୁ ପଡିବ।
ହ୍ରିତିକ ଆଜିକାଲି ନିଜର ଆକ୍ସନ ଫିଲ୍ମ ‘ୱାର’ର ପ୍ରମୋଶନରେ ବ୍ୟସ୍ତ । ପ୍ରଥମଥର ସେ ନିଜ ଶିଷ୍ୟ ତଥା ଅଭିନେତା ଟାଇଗର ଶ୍ରଫଙ୍କ ସହ ଫାଇଟ କରୁଥିବାର ନଜର ଆସିବେ । ଦର୍ଶକଙ୍କ ମଧ୍ୟ ବଡ ପରଦାରେ ଗୁରୁ-ଶିଷ୍ୟଙ୍କ ଯୋଡି ଦେଖିବାକୁ ବ୍ୟାକୁଳ ଅଛନ୍ତି । ଫିଲ୍ମଟି ଅକ୍ଟୋବର 2 ତଥା ଗାନ୍ଧୀ ଜୟନ୍ତୀରେ ରିଲିଜ ହେବାକୁ ଯାଉଛି । ହ୍ରିତିକ ଓ ଟାଇଗରଙ୍କ ବ୍ୟତୀତ ଏହି ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ବାଣୀ କପୁର।