ମୁମ୍ବାଇ: ଘର ଭିତରେ 24 ଘଣ୍ଟା ବନ୍ଦ ରହିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ । ଏହାକୁ ଏଡାଇବା ପାଇଁ ବଲିଉଡ ଅଭିନେତା ହ୍ରିତିକ ରୋଶନ ପ୍ରଶଂସକମାନଙ୍କ ସହ କିଛି 'ଲକଡାଉନ ଟିପ୍ସ' ସେୟାର କରିଛନ୍ତି । 'ମାନସିକ ସ୍ବାସ୍ଥ୍ୟ'ର ଯତ୍ନ ନେବା ପାଇଁ ସେ ଭିଟାମିନ ଡି ର ଆବଶ୍ୟକତା ଜରୁରୀ ଅଟେ ବୋଲି ପରାମର୍ଶ ଦେଇଛନ୍ତି ।
ନିକଟରେ ହ୍ରିତିକ ଇନଷ୍ଟାଗ୍ରାମରେ ଏକ ସେଲଫି ସେୟାର କରିଥିଲେ । ଏହି ସେଲଫିରେ ହ୍ରିତିକଙ୍କୁ ସୂର୍ଯ୍ୟକିରଣରେ ବସିଥିବାର ଦେଖିବାକୁ ମିଳିଛି । ଏହି ସେଲଫିର କ୍ୟାପସନରେ ହ୍ରିତିକ ଲେଖିଛନ୍ତି ଯେ, ଦଶ ମିନିଟ ପାଇଁ ସୂର୍ଯ୍ୟକିରଣରେ ନିଶ୍ଚିତ ବସନ୍ତୁ ।
- " class="align-text-top noRightClick twitterSection" data="
">
ହ୍ରିତିକଙ୍କ ଏହି ସେଲଫି ଫଟୋକୁ ପ୍ରଶଂସକମାନେ ବହୁ ପ୍ରଶଂସା କରିବା ସହ ବହୁ ପ୍ରକାର ମନ୍ତବ୍ୟ ମଧ୍ୟ ଦେଇଥିଲେ । ହ୍ରିତିକଙ୍କ ଏହି ସେଲଫି ଫଟୋରେ ପ୍ରଶଂସକମାନେ 'ମାନସିକ ସ୍ବାସ୍ଥ୍ୟ' ଉପରେ ଆଲୋଚନା କରିବା ପରିବର୍ତ୍ତେ ଅଧିକାଂଶ ପ୍ରଶଂସକମାନେ ହ୍ରିତିକଙ୍କ ଲୁକ ଉପରେ ଆଲୋଚନା କରିଥିଲେ ।
ଜଣେ ପ୍ରଶଂସକ ଲେଖିଛନ୍ତି ଯେ, "ହ୍ୟାଣ୍ଡସମ । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଯେ, "ହ୍ୟାଣ୍ଡସମ ହଙ୍କ, ମୁଁ ତୁମ ପାଇଁ କିଛି କରିପାରିବି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ