ETV Bharat / sitara

ହ୍ରିତିକଙ୍କ ଫିଟନେସର ରାଜ ଲିଟ୍ଟି-ଚୋଖା

ଖୁବ୍ ଶୀଘ୍ର ପରଦାରେ ନଜର ଆସିବେ ହ୍ରିତିକ୍ । ତାଙ୍କର ଆଗାମୀ ଫିଲ୍ମ 'ସୁପର-30' ରିଲିଜ ହେବାକୁ ପ୍ରସ୍ତୁତ ହୋଇ ସାରିଲାଣି । ଇତିମଧ୍ୟରେ ତାଙ୍କ ଫିଟନେସର ରାଜ ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : Apr 25, 2019, 9:25 PM IST

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଖୁବ୍ ଶୀଘ୍ର ନିଜର ବହୁ ପ୍ରତିକ୍ଷିତ ଫିଲ୍ମ 'ସୁପର-30' ରେ ପରଦାକୁ ଫେରିବାକୁ ଯାଉଛନ୍ତି । ଏହି ଫିଲ୍ମ ପାଇଁ ହ୍ରିତିକ ନିଜ ଲୁକରୁ ନେଇ ଶରୀର ପର୍ଯ୍ୟନ୍ତ ପରିବର୍ତ୍ତନ କରିବାକୁ ଖୁବ୍ ପରିଶ୍ରମ କରିଛନ୍ତି । 'ସୁପର-30' ଭୂମିକା ପାଇଁ ହ୍ରିତିକ୍ ଓଜନ କମ କରିଥିଲେ । ସେ ନିଜ ଓଜନ କମ କରିବାର ଯେଉଁ ଉପାୟ ଆପଣାଇଥିଲେ ତାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିପାଇଁ ସେ ସବୁବେଳେ ଲିଟ୍ଟି-ଚୋଖା ଖାଉଥିଲେ ।

ପ୍ରକାଶ ଥାଉକି 'ସୁପର-30' ପାଇଁ ହ୍ରିତିକଙ୍କୁ ସାଧାରଣ ବ୍ୟକ୍ତି ପରି ଦେଖାଯିବାର ଥିଲା । ସେ ଅନେକ ଦିନ ପର୍ଯ୍ୟନ୍ତ ଜିମ ଯାଇନଥିଲେ ଏବଂ ଖାସ୍ ଡାଏଟ ପ୍ଲାନ କରି ଓଜନ କମ କରିଥିଲେ । ଏହାସହ ସେ ନିଜ ଲୁକ୍ସ ମଧ୍ୟ ପରିବର୍ତ୍ତନ କରିନେଇଛନ୍ତି ।

ହ୍ରିତିକ ସେହି ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ଯିଏ ନିଜ ଭୂମିକା ପାଇଁ ସବୁ କିଛି କରିବାକୁ ରାଜି ଥାଆନ୍ତି । ଓଜନ କମ କରିବା ପରେ ତାଙ୍କୁ ଚିହ୍ନିବା ଫ୍ୟାନ୍ସଙ୍କ ପାଇଁ କଷ୍ଟ ଦାୟକ ଥିଲା । ତାଙ୍କର କିଛି ଫଟୋ ଫିଲ୍ମ ସେଟରୁ ଲିକ ହୋଇଥିଲା । ଯେଉଁଥିରେ ହ୍ରିତିକ ସମ୍ପୂର୍ଣ୍ଣ ଭିନ୍ନ ନଜର ଆସୁଥିଲେ । ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଜଣାଇ ଦେଉଛୁ ଯେ ହ୍ରିତିକ ଉତ୍ତର ଭାରତର ଲୋକପ୍ରିୟ ଖାଦ୍ୟ ଲିଟ୍ଟି-ଚୋଖା ନିଜ ଡାଏଟରେ ସାମିଲ କରିଥିଲେ । ସେ ପୁରା ଦିନ ଲିଟ୍ଟି-ଚୋଖା ଖାଇ ରହୁଥିଲେ । ଫ୍ୟାଟ ଫ୍ରି ଫୁଡ ଭାବେ ଲିଟ୍ଟି-ଚୋଖାକୁ ଆପଣାଇଥିଲେ ହ୍ରିତିକ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.